Advertisment

ପାଣିପାଗ ବିଭାଗର ୱାର୍ଣ୍ଣିଂ- ଆଜି ଘରୁ ବାହାରିବା ପୂର୍ବରୁ ଏହି ଜିଲ୍ଲାବାସୀ ସତର୍କ ରୁହନ୍ତୁ

ଆଗାମୀ ୨ ଦିନ ଯାଏ ତାତିରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ଜଣାପଡ଼ିଛି। ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ସ୍ୱାଭାବିକ ତାପମାତ୍ରା ଠାରୁ ୩ରୁ ୫ ଡିଗ୍ରୀ ଯାଏ ଅଧିକ ତାତି ରହିପାରେ।

ଅଦ୍ୟତନ ହୋଇଛି
Heat wave warning

Heat wave warning

Advertisment

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଏପରିକି ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡ଼ୁଛି। ସୂର୍ଯ୍ୟଦେବଙ୍କ ଅଗ୍ନି ବର୍ଷା କାରଣରୁ ରାସ୍ତାକୁ ବାହାରିବାକୁ ସାହସ କରିପାରୁନାହାନ୍ତି ଲୋକେ। ଖରା ଦାଉରୁ ରକ୍ଷା ପାଇବା ପାଇଁ ବାହାରକୁ ବାହାରିବା ପୂର୍ବରୁ ମୁଣ୍ଡରେ ଗାମୁଛା ଓ ହାତରେ ପାଣି ବୋତଲ ଧରି ଯିବାକୁ ପଡ଼ୁଛି।

Advertisment

ଗୋଟିଏପଟେ ତାତି କେବେ କମିବ ଓ କେବେ ମୁକ୍ତି ମିଳିବ ଲୋକମାନେ ଚାହିଁ ଥିବାବେଳେ ଆଗାମୀ ୨ ଦିନ ଯାଏ ତାତିରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ଜଣାପଡ଼ିଛି। ବରଂ ତାତି ଆହୁରି ବଢ଼ିବ। ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ସ୍ୱାଭାବିକ ତାପମାତ୍ରା ଠାରୁ ୩ରୁ ୫ ଡିଗ୍ରୀ ଯାଏ ଅଧିକ ତାତି ରହିପାରେ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ଆଜି ୧୧ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ନେଇ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା-ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ ଓ ବଲାଙ୍ଗିର। 

Advertisment

Heat Wave Warning Heat Wave Warning In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ