Heat Wave Rises In West Odisha, Report From Binika
ରାଜ୍ୟରେ ଜାରି ରହିଛି ଗ୍ରୀଷ୍ଣ ପ୍ରବାହ । ଆଗକୁ ଆହୁରି ତାତି ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ-ଉତ୍ତପ୍ତ ବାୟୁ ପ୍ରବାହ ଶକ୍ତିଶାଳୀ ହେବାର ସମ୍ଭାବନା ଥିବାରୁ ଏହାର ପ୍ରଭାବରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ବିଶେଷ କରି ଆସନ୍ତାକାଲି ଠାରୁ ଏପ୍ରିଲ ୧ ତାରିଖ ଯାଏ ଗ୍ରୀଷ୍ଣର ପ୍ରକୋପ ଅଧିକ ରହିପାରେ । ଯଆହା କାରଣରୁ ଆଭ୍ୟନ୍ତରୀଣ ଓଡିଶାର କିଛିସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁପାରେ । ୪୮ ଘଣ୍ଟା ପରେ ତାପମାତ୍ରା ଦୁଇରୁ ତିନି ଡିଗ୍ରୀ ବଢିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଅନୁମାନ କରିଛି । ଗତକାଲି ରାଜ୍ୟର ୭ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର କରିଥିଲା ।
ସେହିପରି, ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଂଚଳରେ ପ୍ରବଳ ଖରା ହେଉଛି । ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାସ୍ତାଘାଟ ଶୂନଶାନ ରହୁଛି । ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଝାଞ୍ଜିପବନ, ଗୁଳଗୁଳି ଓ ବିଦ୍ଯୁତ କାଟ ଯୋଗୁଁ ଲୋକଙ୍କ ସମସ୍ୟା ଆହୁରି ବଢିଥିବା ଦେଖିବାକୁ ମିଳିଛି ।
ଅନ୍ୟପକ୍ଷେ, ପ୍ରବଳ ଗ୍ରୀଷ୍ଣ ପ୍ରଭାବ କାରଣରୁ ଜନଜୀବନରେ ଅସନ୍ତୋଷ ଦେଖାଯାଇଛି । ସକାଳ ୧୦ ଟା ପରଠାରୁ ଘରୁ ବାହାରିବା ମୁସ୍କିଲ୍ ହୋଇପଡ଼ିଛି । ଅସହ୍ୟତାତି ଫଳରେ ଲୋକଙ୍କ ଘରୁ ବାହାରିବା ସମ୍ଭବପର ହୋଇପାରୁନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648539813.jpg)