ରାଜ୍ୟରେ ବଢୁଛି ତାତି। କିଛି ସ୍ଥାନରେ ପାରଦ ୩୮ ଡିଗ୍ରୀ ପାର୍ କଲାଣି। ଆଗାମୀ ୪ରୁ ୫ଦିନ ଯାଏ ଏଭଳି ସ୍ଥିତି ଲାଗି ରହିବ। ତେବେ ୫ ଦିନ ପରେ ରାଜ୍ୟରେ ଆହୁରି ତାତି ବଢ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଆଜି ସକାଳେ ରାଜ୍ୟର କିଛି ସ୍ଥାନରେ କୁହୁଡି ଦେଖିବାକୁ ମିଳିଥିଲା। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଏବେ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱାଭାବିକ ତାପମାତ୍ରା ଠାରୁ ୨ରୁ ୪ ଡିଗ୍ରୀ ଅଧିକ ରହୁଛି। ଆଗକୁ ତାତି ଆହୁରି ବଢ଼ିବ।