Advertisment

ଆକାଶରୁ ଖସିବ ନିଆଁ ଖଣ୍ଡ ! ଏହି ୩ ମାସ ହେବ ଅଗ୍ନି ବର୍ଷା !

ମାର୍ଚ୍ଚରୁ ମେ’ ତ୍ରାହି ନାହିଁ। ଆକାଶରୁ ଖସିବ ନିଆଁ ଖଣ୍ଡ ! ଉପକୂଳରୁ ଉପାନ୍ତ ସବୁଠି ହେବ ଅଗ୍ନି ବର୍ଷା। ଏହି ୩ ମାସ ତାପମାତ୍ର ସ୍ଵାଭାବିକ ଠାରୁ ୩ରୁ ୪ଡିଗ୍ରୀ ଅଧିକ ରହିପାରେ।

ଅଦ୍ୟତନ ହୋଇଛି
Heat Wave Alert

Heat Wave Alert

Advertisment

ମାର୍ଚ୍ଚରୁ ମେ’ ତ୍ରାହି ନାହିଁ। ଆକାଶରୁ ଖସିବ ନିଆଁ ଖଣ୍ଡ ! ଉପକୂଳରୁ ଉପାନ୍ତ ସବୁଠି ହେବ ଅଗ୍ନି ବର୍ଷା। ଏହି ୩ ମାସ ତାପମାତ୍ର ସ୍ଵାଭାବିକ ଠାରୁ ୩ରୁ ୪ଡିଗ୍ରୀ ଅଧିକ ରହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସବୁ ରାଜ୍ୟକୁ ଚିଠି ଲେଖିବା ପରେ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ଦେଖାଇଛି।  ଗ୍ରୀଷ୍ମ ପ୍ରବାହକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଆଡଭାଇଜରି ଜାରି ହୋଇଛି। ଗ୍ରୀଷ୍ମ ପ୍ରବାହ ଜନିତ ସମସ୍ୟାକୁ ଦୂର କରିବା ପାଇଁ ଡାକ୍ତରଖାନା ଗୁଡ଼ିକ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି।  

ଡାକ୍ତରଖାନା ଗୁଡ଼ିକ ଏହାର ମୁକାବିଲା କରିବା ପାଇଁ କେତେ ପ୍ରସ୍ତୁତ ରହିଛନ୍ତି ? କେତେ ମେଡ଼ିସିନ୍ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ମହଜୁଦ ରହିଛି ଏହାର ଏକ ଡାଟା ସ୍ୱ୍ୟାସ୍ଥ୍ୟ ବିଭାଗକୁ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ DHH, SDH, CHC ,PHC ରେ ଏୟାର କୁଲର, ଏସି ରୁମ୍‌ ଓ ବେଡ୍ ମହଜୁଦ ଓ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ସବୁ ଜିଲ୍ଲାରେ ଆଜିଠାରୁ ଜୁଲାଇ ୧୫ ପର୍ଯ୍ୟନ୍ତ  କଣ୍ଟ୍ରୋଲ ରୁମ୍‌ PHC ସ୍ତରରେ ଆରମ୍ଭ ହୋଇଛି।

Heat Wave Warning Heat Wave Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ