Advertisment

୧୮ରେ ସୃଷ୍ଟି ହେବାକୁ ଘୁର୍ଣ୍ଣିବଳୟର ପରବର୍ତ୍ତୀ ରୂପ କଣ: ବଡ଼ ବର୍ଷା ନା ବାତ୍ୟା?

ଏପଟେ ଅକ୍ଟୋବର ମାସ ସାରା ତୁହାକୁ ତୁହା ବର୍ଷାରେ କ୍ଷତିଗ୍ରସ୍ତ ଫସଲକୁ ନେଇ ଚିନ୍ତାରେ ଥିବା ଚାଷୀ, ବାତ୍ୟା ଆଶଙ୍କାକୁ ନେଇ ଛାନିଆ।

undefined

Heavy Rain or Cyclone

Advertisment

୧୮ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟର ସୃଷ୍ଟି ହେବ। ଏହା ପରେ ଲଘୁଚାପ କିନ୍ତୁ ତା ପରେ ? ବିଭିନ୍ନ ମଡେଲ୍‌ରେ ଆକଳନ ଅନୁଯାୟୀ ଦକ୍ଷିଣ ଚାଇନା ମହାସାଗରରୁ ଭିଏତନାମା ଠାରେ ସ୍ଥଳ ଭାଗ ଛୁଇଁ ଆଣ୍ଡାମାନ ମହାସାଗର ମୁହାଁ ଏଇ ସିଷ୍ଟମଟି ୨୦ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଓ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପରେ ପରିଣତ ହେବ। ଏହା ପରେ ବାତ୍ୟାର ରୂପ ନେଇ ୨୨ରୁ ୨୪ ଭିତରେ ଲ୍ୟାଣ୍ଡଫଲ କରିବ ବୋଲି ଆକଳନ କରୁଛି ଜିଏଫ୍ଏସ, ୟୁଏସ ୱେଦର ଫୋରକାଷ୍ଟ ଭଳି ମଡେଲ।

Advertisment

ବଡ କଥା ହେଲା ୨୦୧୩ ଫାଇଲିନର ସିଷ୍ଟମ ଯେଉଁଠି ସୃଷ୍ଟି ହୋଇଥିଲା ଏଥର ସିଷ୍ଟମଟି ବି ସେଇ ପାଖାପାଖି ତିଆରି ହେଉଥିବା କୁହାଯାଉଛି। ବରିଷ୍ଠ ପାଣିପାଗ ବିଜ୍ଞାନୀ ଶରତ ସାହୁଙ୍କ ମତରେ ବିଭିନ୍ନ ମଡେଲ୍‌ ଆକଳନ ଅନୁସାରେ ଯେହେତୁ ସମ୍ଭାବ୍ୟ ଲଘୁଚାପ କ୍ଷେତ୍ରଟି ୨୦ରୁ ସୃଷ୍ଟି ହୋଇ ପରବର୍ତ୍ତୀ ୩ରୁ ୪ ଦିନ ସମୁଦ୍ର ଭିତରେ ରହୁଛି ତେଣୁ ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନାକୁ ଏଡ଼ାଇ ହେବନି। ଅପରପକ୍ଷେ, ବର୍ତ୍ତମାନ ସୁଦ୍ଧା ଏଇ ସିଷ୍ଟମଟି ଲଘୁଚାପର ରୂପ ନେବା ଜଣାପ଼ଡୁଥିଲା ବେଳେ ବାତ୍ୟା ନେଇ ଏପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ ନଥିବା କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଏପଟେ ଅକ୍ଟୋବର ମାସ ସାରା ତୁହାକୁ ତୁହା ବର୍ଷାରେ କ୍ଷତିଗ୍ରସ୍ତ ଫସଲକୁ ନେଇ ଚିନ୍ତାରେ ଥିବା ଚାଷୀ, ବାତ୍ୟା ଆଶଙ୍କାକୁ ନେଇ ଛାନିଆ। ଏ ଚିତ୍ର ବ୍ରହ୍ମଗିରି ଅଞ୍ଚଳର ଲଗାଣ ବର୍ଷାରେ ରବି ଫସଲ କ୍ଷେତ ପାଣିରେ ବୁଡିଛି। ସେ ଭିତରେ ଆଗକୁ ବଡ଼ ବର୍ଷା କି ବାତ୍ୟା ହେଲେ ଫସଲ ଅବସ୍ଥା କଣ ହେବ,ତାକୁ ନେଇ ଭାଳେଣି ପଡ଼ିଛି। ଏବେ ୧୮କୁ ଅପେକ୍ଷା, ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ହିଁ ସ୍ପଷ୍ଟ ହେବ ବାତ୍ୟାର ରୂପରେଖ।

Advertisment

(ରିପୋର୍ଟ: ବ୍ରହ୍ମଗିରିରୁ ରବି ନାରାୟଣ ପୂଜାରୀ, ଭୁବନେଶ୍ୱରରୁ ସୌମ୍ୟ ରଞ୍ଜନ ସାହୁ)

Cyclone Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ