Advertisment

ଲଗାଣ ବର୍ଷାରେ ବେହାଲ ଆନ୍ଧ୍ରପ୍ରଦେଶ; ୪ ଜଣଙ୍କ ମୃତ୍ୟୁ ସୂଚନା...

ବେହାଲ ଆନ୍ଧ୍ରପ୍ରଦେଶ। ରାଜ୍ୟରେ ବନ୍ୟା ସ୍ଥିତି ଦେଖାଦେଇଥିବାବେଳେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Andhra Pradesh

Andhra Pradesh

Advertisment

ଲଗାଣ ବର୍ଷାରେ ବେହାଲ ଆନ୍ଧ୍ରପ୍ରଦେଶ। ରାଜ୍ୟରେ ବନ୍ୟା ସ୍ଥିତି ଦେଖାଦେଇଥିବାବେଳେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୁଇ ଦିନ ଧରି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟରେ ଅନବରତ ବର୍ଷା ଲାଗିରହିଛି। ବିଜୟୱାଡାରେ ଗଛପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। 

Advertisment

ଲଗାଣ ବର୍ଷା ଯୋଗୁଁ ଆନ୍ଧ୍ରପ୍ରଦେଶ ବହୁ ନଦୀ ବିପଦ ସଂକେତର ନିକଟତର ହୋଇଛି। ବହୁ ଡ୍ୟାମଗୁଡିକରେ ଗେଟ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି। ଫଳରେ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାର ୩୦ରୁ ଉର୍ଦ୍ଧ ଗ୍ରାମରେ ବନ୍ୟା ଜଳ ପ୍ରବାହିତ ହେଉଛି। ବନ୍ୟା ପାଣି ଯୋଗୁଁ ବହୁ ଗ୍ରାମକୁ ଯାତାୟାତ ସମ୍ପୂର୍ଣ ବନ୍ଦ ରହିଛି। ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ଓ ମୁଖ୍ୟ ସଡ଼କ ଉପରେ ବନ୍ୟା ପାଣି ଜମିରହିବା ଫଳରେ ଯତାୟତ ସମ୍ପୂର୍ଣ୍ଣ ଭାବେ ବଧାପ୍ରାପ୍ତ ହୋଇଛି। 

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ବିଧାୟକ ଓ ପ୍ରଶାସନିକ ଅଧିକାରୀ ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥିତି ପରଖିବା ସହ ରିଲିଫ ବଣ୍ଟନ କରିଛନ୍ତି।   ଆନ୍ଧ୍ରପ୍ରଦେଶ ପାଣିପାଗ ବିଭାଗ ଅନୁଯାୟୀ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ବର୍ଷା ଲାଗିରହିବା ସମ୍ଭାବନା ରହିଛି। 

Advertisment

ତେଣୁ ରାଜ୍ୟବାସୀଙ୍କୁ ସଜାଗ ରହିବା ପାଇଁ ସରକାର କହିଛନ୍ତି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତଳି ଅଞ୍ଚଳରେ ରହୁଥୁବା ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦେଶ ଜାରି କରିଛନ୍ତି। 

Andhra Pradesh Heavy Rainfall Rainfall Alert Heavy Rains
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ