Advertisment

ଫୁଲୁଛି ଗୋଦାବରୀ, ଜଳମଗ୍ନ ହେଉଛି ମୋଟୁ

ଗୋଦାବରୀରର ପଛୁଆ ପାଣି ମାଲକାନଗିରି ଦେଇ ପ୍ରବାହିତ ସିଲେରୁ ଓ ସାବେରୀ ନଦୀରେ ପ୍ରବେଶ କରିବା ଦ୍ୱାରା ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି ।

ଅଦ୍ୟତନ ହୋଇଛି
Flood Like Situation

Flood Like Situation

Advertisment

ପ୍ରବଳ ବର୍ଷାରେ ଫୁଲିଛି ଆନ୍ଧ୍ରପ୍ରଦେଶରେ ପ୍ରବାହିତ ଗୋଦାବରୀ । ହେଲେ ଜଳମଗ୍ନ ହୋଇଛି ମାଲକାନଗିରି ମୋଟୁ ଅଞ୍ଚଳ । ଗୋଦାବରୀରର ପଛୁଆ ପାଣି ମାଲକାନଗିରି ଦେଇ ପ୍ରବାହିତ ସିଲେରୁ ଓ ସାବେରୀ ନଦୀରେ ପ୍ରବେଶ କରିବା ଦ୍ୱାରା ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ପୁରା ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପାଣିରେ ବୁଡି ରହିଛି ୩୨୬ ନମ୍ବର ଜାତୀୟ ରାଜପଥ । ଫଳରେ ପଡୋଶୀ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼କୁ ଯାତାୟତ ବନ୍ଦ ରହିଛି । ଏପଟେ ପ୍ରବଳ ବର୍ଷା ଯୋଗୁଁ  ବୌଦ୍ଧ ହରଭଙ୍ଗାରେ ଥିବା କେନାଲରେ ପାଣି ଭରିଯିବାରୁ ସ୍କୁଲ ଯାଇଥିବା ଛାତ୍ରଛାତ୍ରୀ ୨୮ ଘଣ୍ଟା ଧରି କେନାଲ ଆରପଟେ ଅଟକି ରହି ହଟହଟା ହୋଇଛନ୍ତି ।

Advertisment

ପାଣି, ପାଣି, ଆଉ ଖାଲି ପାଣି । ଏହା କୌଣସି ନଦୀ କିମ୍ବା ଜଳାଶୟ ନୁହେଁ, ଜାତୀୟ ରାଜପଥ-୩୨୬ ରେ ଜମିଛି ପାଣି । ମାଲକାନଗିରି ମୋଟୁର ରାସ୍ତା ଦେଇ ପ୍ରତିଦିନ ଚଳପ୍ରଚଳ କରେ ଶହ ଶହ ଯାନବାହନ । ତେବେ ସ୍ଥିତି ଏମିତି ଯେ ରାସ୍ତା କେଉଁଠି ଠଉରେଇବା ମୁସକିଲ୍ । ଖାଲି ଏହି ରାସ୍ତା ନୁହେଁ, ପ୍ରବଳ ବର୍ଷା ଯୋଗୁଁ  ଜଳଗମ୍ନ ହୋଇଛି ସମଗ୍ର ମୋଟୁ ଅଞ୍ଚଳ ।

ଘର ସବୁ ବୁଡ଼ି ଯାଇଛି, ଆସବାବପତ୍ର ଭାସୁଥିବାର ଦେଖିବାକୁ ମିଳିଛି । ମାଲକାନଗିରିରେ ପ୍ରବାହିତ ସିଲେରୁ ଓ ସାବେରୀ ନଦୀ ଫୁଲିବା ଯୋଗୁଁ ଗାଁ ଭିତରେ ପଶିଛି ପାଣି । ୪ ଦିନ ଧରି ଲଗାଣ ବର୍ଷା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ରାତିରେ ହଠାତ୍ ନଦୀର ଜଳସ୍ତର ବଢ଼ିବା ଫଳରେ ଲୋକେ ଯେନ ତେନ ପ୍ରକାରେ ଜୀବନ ବଞ୍ଚାଇ ପଳାଇ ଆସିଥିଲେ, ହେଲେ ଜୀବନ ସିନା ବଞ୍ଚିଯାଇଛି ମାତ୍ର ଧୋଇ ଯାଇଛି ସର୍ବସ୍ୱ।

Advertisment

ତେଲେଙ୍ଗାନାର ଭଦ୍ରାଞ୍ଚଳମ୍ ସହରରେ ଗୋଦାବରୀ ନଦୀର ଉଛୁଳା ପାଣିରେ ଡୁବି ରହିଛି ସମଗ୍ର ସହର । କେବଳ କିଛି ଉଚ୍ଚ ଅଟ୍ଟାଳିକାକୁ ଛାଡି ଦେଲେ ଆଉ ସବୁ ଜଳମଗ୍ନ । ତେବେ ଗୋଦାବରୀର ଜଳସ୍ତର ଯେତେ ବଢିବ ମାଲକାନଗିରି ପାଇଁ ବିପଦ ସେତେ ଅଧିକ । କାରଣ ଗୋଦାବରୀର ଓଲଟା ପାଣି ସିଲେରୁ ଓ ସାବେରୀ ଦେଇ ପ୍ରବାହିତ ହୋଇଥାଏ । ଏଣେ ମୋଟୁ ରାସ୍ତା ପାଣିରେ ବୁଡି ରହିବା ଯୋଗୁଁ ପଡୋଶୀ ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ  ତେଲେଙ୍ଗାନାକୁ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଅନ୍ୟପକ୍ଷରେ ବନ୍ୟା ପ୍ରଭାବିତଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।

ଲଗାଣ ବର୍ଷାକୁ ନେଇ ବୌଦ୍ଧ ହରଭଙ୍ଗା ଦିଗିଶିରା ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ପିଲାମାନେ ପ୍ରତିଦିନ ଭଳି ସ୍କୁଲ ଯାଇ ଫେରିବା ବେଳେ ଗାଁ ମୁଣ୍ଡରେ ଥିବା ଲକ୍ଷ୍ମୀନାଳରେ ହଠାତ୍ ପାଣି ବଢ଼ି ଯାଇଥିଲା । ଡଙ୍ଗା କିମ୍ବା ଅନ୍ୟ ସୁବିଧା ନଥିବାରୁ ପିଲାଏ ନାଳ ପାର ହୋଇପାରିନଥିଲେ । ଫଳରେ ପ୍ରାୟ ୨୮ ଘଣ୍ଟା ଧରି ସେମାନେ ନାଳବନ୍ଧରେ ଅଟକି ରହିଥିଲେ । ଆଜି ପାଣି କମିବା ପରେ ଘରକୁ ଫେରିଛନ୍ତି ପିଲାମାନେ ।

Advertisment

ରିପୋର୍ଟର- ଜିତେନ୍ଦ୍ର ବେଉରା ଓ ଦୀପକ ଅଦର

Flood Like Situation Heavy Rainfall
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ