Flood Like Situation In Mahanadi River
ମହାନଦୀରେ ବନ୍ୟା। ଫଳରେ ତଳିଆ ଅଞ୍ଚଳର ଲୋକଙ୍କୁ ଅଧିକ ସତର୍କ ରହିବାକୁ କୁହାଯାଇଛି। ସେପଟେ ହୀରାକୁଦ ପାଣି ସହ ତେଲ ନଦୀର ପାଣି ମହାନଦୀରେ ମିଶିବା ପରେ ସୋନପୁର, ବୌଦ୍ଧ ଜିଲ୍ଲାର ବହୁ ଗାଁ ବନ୍ୟା ଘେରକୁ ଚାଲିଯାଇଛି। ଲଘୁଚାପ ଜନିତ ଲଗାଣ ବର୍ଷା ସାଙ୍ଗକୁ ହୀରାକୁଦ ଗେଟ୍ ଦେଇ ଆସୁଥିବା ମହାନଦୀର ବନ୍ୟା ପାଣି ମାଡ଼ି ଯିବାରୁ ବୌଦ୍ଧର ଅନେକ ଅଞ୍ଚଳ ଦୁଃସ୍ଥିତିରେ ରହିଛି। ମହାନଦୀର ଜଳସ୍ତର ଏଠି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।
ଜଗନ୍ନାଥ ସଡ଼କ ଉପରେ ୧୦ ଫୁଟ୍ ପାଣି ଚାଲୁଥିବାରୁ ୩ ଦିନ ହେଲା ହରଭଙ୍ଗା-ବୌଦ୍ଧ ରାସ୍ତାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ୧୦ରୁ ଅଧିକ ଗାଁ ପାଣି ଘେରରେ ରହିଛି ଓ ହଜାର ହଜାର ହେକ୍ଟର ଜମି ବନ୍ୟା ପ୍ଲାବିତ ହୋଇପଡିଛି।
ସେହିପରି ସୋନପୁରରେ ବି ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ସୋନପୁର-ସମ୍ବଲପୁର ରାସ୍ତାର ମାଳତୀଯୋର ସେତୁ ବୁଡ଼ିଥିବାରୁ ଏହି ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଘୁଙ୍ଗିଯୋର ପୋଲ ଉପରେ ୪ ଫୁଟ୍ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ବୀରମହାରାଜପୁରକୁ ବି ପହଞ୍ଚିବା ଅସମ୍ଭବ ହୋଇପଡ଼ିଛି। ଉଲୁଣ୍ଡା ବ୍ଲକର ୧୦ରୁ ଅଧିକ ଗାଁ ଜଳବନ୍ଦୀ ହୋଇଛି।
ସୋନପୁର ସହରର ତରିଆପଡ଼ା ଓ କୁମ୍ଭାରପ଼ଡା ଆଦି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି। ତେଲ ନଦୀର ବନ୍ୟା ପାଣି ମହାନଦୀରେ ମିଶିବା ପରଠୁ ସ୍ଥିତି ଅଧିକ ସଙ୍ଗୀନ ହୋଇପଡ଼ିଛି। ତୁହାକୁତୁହା ବର୍ଷା ସାଙ୍ଗକୁ ମହାନଦୀ ପାଣି ବିନିକାବାସୀଙ୍କ ନିଦ ହଜାଇ ଦେଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1660616842.jpg)