Advertisment

ରାଜଧାନୀବାସୀଙ୍କୁ ନୟାନ୍ତ କଲାଣି ସହରୀ ବନ୍ୟା

ବନ୍ୟା କୋପରୁ ବାଦ୍ ପଡ଼ିନି ରାଜଧାନୀ ଭୁବନେଶ୍ୱର। ଦୟା ନଦୀର ପଛୁଆ ପାଣିରେ ଜଳମଗ୍ନ ହୋଇଛି ସହର ଉପକଣ୍ଠ। ସୁନ୍ଦରପଦା, କୁଆ କଣ୍ଟିଲୋ, ବାଲିପାଟଣା, ଧଉଳି ହୋଇଛି ଜଳମଗ୍ନ। ପ୍ରାକୃତିକ ଜଳାଶୟ ଜବରଦଖଲ ଓ ବେଆଇନ ନିର୍ମାଣ ସହରୀ ବନ୍ୟାର କାରଣ ବୋଲି କୁହାଯାଉଛି।

undefined

Flood in Bhubaneswar

Advertisment

ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି। କେଉଁଠି କାର୍ ବୁଡିଲାଣି ତ ପୁଣି କେଉଁଠି ଘର ଭିତରେ ପଶିଲାଣି ପାଣି। ଏଥିରୁ ମୁକ୍ତି ପାଇନି ସହର। ରାଜଧାନୀ ଉପକଣ୍ଠ ସୁନ୍ଦରପଦା, କୁଆ, କଣ୍ଟିଲୋ, ବାଲିପାଟଣା, ଧଉଳି ଅଞ୍ଚଳରେ ପଶିଛି ଦୟା ନଦୀର ପଛୁଆ ପାଣି। କଣ୍ଟିଲୋ ଅଞ୍ଚଳରେ ସ୍ଥିତି ଅଧିକ ଖରାପ ହୋଇଛି। ଗାଁରେ ଚାଲିଛି ଅଣ୍ଟାଏ ଉପରେ ପାଣି।

Advertisment

ଗତ ରାତିରେ ବନ୍ୟା ପାଣି ପଶିବା ଆରମ୍ଭ ହୋଇଥିଲା। ଫଳରେ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ପାଖରେ ଯାହା ରଖିଥିଲେ ଖାଇଛନ୍ତି, ମାତ୍ର ବିଜୁଳି କାଟି ଦିଆଯାଇଥିବାରୁ ପିଇବା ପାଣି ନାହିଁ। ଫଳରେ ଉପାୟ ନ ପାଇ କିଛି ଲୋକ ଘର ଛାଡି ସୁରକ୍ଷିତ ସ୍ଥାନକୁ ଯିବାକୁ ବାଧ୍ୟ ହୋଇଛନ୍ତି। କିଛି ଅଞ୍ଚଳରେ ପାଣି ଅଧିକ ଥିବାରୁ ଲୋକଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ବୟସ୍କ, ମହିଳା, ଶିଶୁ ଏବଂ ରୋଗୀଙ୍କୁ ଅଗ୍ନିଶମ ବୋଟ୍‌ ସହାୟତାରେ ଉଦ୍ଧାର କରାଯାଇଛି।

ତେବେ ରାଜଧାନୀବାସୀ ଏମିତି ପାଣିରେ ଫସିବା କିଛି ନୂଆ ନୁହେଁ। ଏଥର ସିନା ବନ୍ୟା ପାଣି ପଶିଛି, ଅନ୍ୟ ସମୟରେ ଅସରାଏ ବର୍ଷାରେ ରାଜଧାନୀର ସ୍ଥିତି ବେହାଲ ହୋଇପଡେ। ବିନା ପ୍ଲାନ୍‌ରେ କୋଠାବାଡି ନିର୍ମାଣ, ଜବରଦଖଲ, ଭୁଲ ଡ୍ରେନେଜ୍‌ ବ୍ୟବସ୍ଥା, ରାସ୍ତା ଉଚ୍ଚତାଠୁ ଯଥେଷ୍ଟ ତଳେ ବା ଖାଲୁଆ ଅଞ୍ଚଳରେ ଘର ନିର୍ମାଣ ଆଦି ଏହାର ପ୍ରମୁଖ କାରଣ ବୋଲି କହିଛନ୍ତି ଟାଉନ୍‌ପ୍ଲାନର୍‌। ପ୍ରାକୃତିକ ଜଳାଶୟରେ ଜବରଦଖଲ ଓ ଜଳର ଗତିପଥକୁ ଅବରୋଧ ଯୋଗୁଁ ହିଁ ସୁନ୍ଦରପଦା ଅଞ୍ଚଳ ଜଳମଗ୍ନ ହୋଇଥିବା କୁହାଯାଉଛି।

Advertisment

ଆଗରୁ ବର୍ଷା ପାଣି ଦାଉ ସାଧୁଥିଲା,ଏବେ ବନ୍ୟା ରାଜଧାନୀବାସୀଙ୍କୁ ନୟାନ୍ତ କରିଛି। ତେବେ ଜଳବନ୍ଦୀ ସମସ୍ୟାରୁ କିଭଳି ତ୍ରାହି ମିଳିବ ସେନେଇ ବିହିତ ବ୍ୟବସ୍ଥା ନହେଲେ ଆଗକୁ ସ୍ଥିତି ଆହୁରି ଖରାପ ହେବା ଆଶଙ୍କା ରହିଛି।

(ରିପୋର୍ଟ: ଭୁବନେଶ୍ୱରରୁ ଆଲୋକ ମହାନ୍ତି ଓ ବିବର୍ତ୍ତନ ପଣ୍ଡା)

Odisha News Flood In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ