Advertisment

Crop Loss Fear: ଅମଳ ବେଳେ ଭାତହାଣ୍ଡି ଉଜାଡ଼ି ଦେଲା ଅଦିନିଆ ବର୍ଷା; କ୍ଷେତରେ ଲୋଟୁଛି ବର୍ଷକର ଦାନା ପାଣି

ପାଚିଲା ଧାନ କଳେଇକୁ ଉଠେଇଲା ବେଳକୁ ଭାଙ୍ଗିଯାଉଛି ଚାଷୀର ଦମ୍ଭ...କ୍ଷେତ ମଝିରେ ବତୁରା ଫସଲକୁ ବଞ୍ଚାଇବା ପାଇଁ ଉଦ୍ୟମ ସତ୍ତ୍ବେ ନିରାଶ ହେଉଛି ଚଷାପୁଅ...ଆଉ ବା କ’ଣ ଅଛି ଯେ ବଞ୍ଚିବ। ଖଳାକୁ ଯିବା ଆଗରୁ ବିଲ ମଝିରେ ଓଦାରେ ଯେତେବେଳେ ସରସର ହୋଇଯାଇଛି ବର୍ଷକର ଦାନାପାଣି, ସେତେବେଳେ ବୁଦ୍ଧିଶୂନ୍ୟ ବିଚରା ଚାଷୀ। ଅମଳ ବେଳକୁ ଅଦିନିଆ ବର୍ଷାରେ ଅକଲ୍ ଗୁଡୁମ୍ ଅବସ୍ଥା।

undefined

Weather

Advertisment

ଅମଳ ବେଳେ ଅଦିନିଆ ବର୍ଷା ଉଜାଡ଼ି ଦେଇଛି ଚାଷୀର ବର୍ଷକର ଦାନାପାଣି। କଟା ହୋଇଥିବା ଧାନ, ନା ମଣ୍ଡିକୁ ଯାଇପାରିଛି ନା ଖଳାକୁ। କ୍ଷେତ ମଝିରେ ପଡ଼ି ସୁନାର ଫସଲ ବରବାଦ୍ ହୋଇଛି। ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ଆପଣ ଯୁଆଡ଼େ ଯାଆନ୍ତୁ ବିଲ ବାଡ଼ିରେ ବତୁରି ଯାଇଛି କଟା ହୋଇଥିବା ଧାନ। ୨ ଦିନର କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା, ଚାଷୀର ଭାତ ହାଣ୍ଡିକୁ ଉଜାଡ଼ି ଦେବା ପରେ ଏବେ ବୁଦ୍ଧିଶୂନ୍ୟ ହୋଇପଡ଼ିଛନ୍ତି ଚାଷୀକୂଳ

Advertisment

ପାଚିଲା ଧାନ କଳେଇକୁ ଉଠେଇଲା ବେଳକୁ ଭାଙ୍ଗିଯାଉଛି ଚାଷୀର ଦମ୍ଭ...କ୍ଷେତ ମଝିରେ ବତୁରା ଫସଲକୁ ବଞ୍ଚାଇବା ପାଇଁ ଉଦ୍ୟମ ସତ୍ତ୍ବେ ନିରାଶ ହେଉଛି ଚଷାପୁଅ...ଆଉ ବା କ’ଣ ଅଛି ଯେ ବଞ୍ଚିବ। ଖଳାକୁ ଯିବା ଆଗରୁ ବିଲ ମଝିରେ ଓଦାରେ ଯେତେବେଳେ ସରସର ହୋଇଯାଇଛି ବର୍ଷକର ଦାନାପାଣି, ସେତେବେଳେ ବୁଦ୍ଧିଶୂନ୍ୟ ବିଚରା ଚାଷୀ। ଅମଳ ବେଳକୁ ଅଦିନିଆ ବର୍ଷାରେ ଅକଲ୍ ଗୁଡୁମ୍ ଅବସ୍ଥା।

କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ଭେଡ଼ା ଅଞ୍ଚଳରେ ଅନେକ ଭାଗ ଚାଷୀ । ଧାର କରଜ କରି ନିଜ ବିଲରେ ଫଳାଇଥିଲେ ସୁନାର ଫସଲ। କିନ୍ତୁ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କେବଳ ଯେ ଶହ ଶହ ଏକର ଫସଲ ପାଣିରେ ଭାସୁଛି, ତା ନୁହେଁ ବରଂ ଚାଷୀ ମେରୁଦଣ୍ଡକୁ ଭାଙ୍ଗିଦେଇଛି। ଚାଷୀଙ୍କ ଏଭଳି ଦୁର୍ଦ୍ଦଶା କେବଳ କେନ୍ଦ୍ରାପଡ଼ାରେ ନୁହେଁ। ଜଗତସିଂହପୁରରୁ ଯାଜପୁର, ବାଲେଶ୍ବର, ଭଦ୍ରକରେ ବି ସମାନ ସ୍ଥିତି। ଖଳାକୁ ଯିବା ଆଗରୁ ଅମଳ ଫସଲ ଏସବୁ ଜିଲ୍ଲାରେ ବତୁରି ଯାଇଛି କ୍ଷେତ ମଝିରେ।

Advertisment

ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ସାରା ଦେଖିବାକୁ ମିଳିଛି ଅମଳ ଫସଲର ଉଜୁଡ଼ା ଚିତ୍ର। ତେଣୁ କେମିତି ଋଣ ଶୁଝିବ ଚାଷୀ, କେଉଁଠୁ ଦାନାପାଣି ଆଣି ପରିବାର ମୁହଁରେ ଦେବେ, ଚିନ୍ତାରେ ପଡ଼ିଯାଇଛି ଚାଷୀକୂଳ। କାରଣ ଏସବୁ ଧାନ ନା FAQ ହୋଇପାରିବ ନା କିଣ୍ଟାଲ ପିଛା ୩୧ ଶହ ମିଳିବ। ଏହି ଆଶଙ୍କା ଘାରିଛି ଚାଷୀଙ୍କୁ। ପୁରୀ ଜିଲ୍ଲା ପିପିଲି ମଙ୍ଗଳପୁରର ଅନେକ ସ୍ଥାନରେ ତ ବର୍ଷା ପାଣି ଜମି ପୋଖରୀ ପାଲଟିଯାଇଛି କ୍ଷେତ। ଧାନ ଏବେ ଗଜା ହେବାକୁ ବସିଛି।

ପୂର୍ବ ଓଡ଼ିଶା ଭଳି ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶା ଚାଷୀ ବି ସୁରକ୍ଷା ଦେଇ ପାରିନି ଫସଲକୁ। ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ୍ ହେଉ କିମ୍ବା ଗଜପତି ଜିଲ୍ଲା ମୋହନା। ସବୁଠି ଅମଳ ଧାନ କ୍ଷେତ ମଝିରେ ଗଜା ହେବା ସୁନିଶ୍ଚିତ। ଖାଲି ଧାନ ନୁହେଁ, ଅଦିନିଆ ବର୍ଷା ପ୍ରକୋପରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳର ଏକର ଏକର ଚିନାବାଦାମ ଚାଷ ବରବାଦ୍ ହେବାକୁ ବସିଛି। କେବଳ ଏତିକି ନୁହେଁ, ରାଜ୍ୟର ପରିବା ଝୁଡ଼ି କୁହାଯାଉଥିବା କଟକ ଆଠଗଡ଼ ଅଞ୍ଚଳରେ ବି ପରିବା ଚାଷ ଉଜୁଡ଼ିଯାଇଛି।

Advertisment

ଅଧିକ ପଢ଼ନ୍ତୁ: ଆଜି ସବୁଠାରୁ ଛୋଟ ଦିନ, ରାତି ହେବ ଲମ୍ବା

ଏପଟେ ଅମଳ ବେଳେ ବର୍ଷାର ଦାଉ, ସେପଟେ ଧାନ ମଣ୍ଡିରେ ଅବ୍ୟବସ୍ଥାର ଅଭିଯୋଗ। ଯାହାକୁ ନେଇ ତେଜିଛି ରାଜନୀତି। ବିରୋଧୀ ବିଜେଡି ଓ କଂଗ୍ରେସ ସଂପୂର୍ଣ୍ଣ ଅବ୍ୟବସ୍ଥା ଭିତରେ ଧାନ ସଂଗ୍ରହ କରାଯାଉଥିବା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ତା’ସହ କହିଛନ୍ତି, ବର୍ଷାରେ ଧାନର ରଙ୍ଗ ବଦଳିଯିବ। ଆଉ ତାହାର FAQ କ୍ୱାଲିଟି ରହିବ ନାହିଁ। ଫଳରେ ଦଲାଲଙ୍କୁ ଧାନ ବିକ୍ରି କରି ଶୋଷଣର ଶିକାର ହେବେ ଚାଷୀ। ତେବେ ସମବାୟ ମନ୍ତ୍ରୀ କହିଛନ୍ତି, ଲଘୁଚାପ ବର୍ଷା ଯୋଗୁ ବିଲରେ ଧାନ ଗଜା ହୋଇପାରେ। କିନ୍ତୁ ପର୍ଯ୍ୟାପ୍ତ ପରିମାଣର ପାଲ ଦିଆଯାଇଥିବାରୁ ମଣ୍ଡିରେ ସମସ୍ୟା ହେବ ନାହିଁ। ତଥାପି ଓଦା ହୋଇଥିବା ଧାନକୁ ତଦାରଖ କରି ରାଜ୍ୟ ସରକାର କ୍ଷତିପୂରଣ କଥା ଚିନ୍ତା କରିବେ।

୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରେ ସର୍ବାଧିକ ୭୫ ମିଲିମିଟର୍ ବର୍ଷା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ବରରେ ୫୧.୬ ଏବଂ କଟକରେ ରେକର୍ଡ କରାଯାଇଛି ୩୩.୪ ମିଲିମିଟର ବର୍ଷା। ପାଣିପାଗ ବିଭାଗ କହିଛି, ପୂର୍ବରୁ ଦକ୍ଷିଣ, ପଶ୍ଚିମରୁ ଆଭ୍ୟନ୍ତରୀଣ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତର ପ୍ରଭାବରେ ଆସନ୍ତାକାଲି ଯାଏଁ ବର୍ଷା ହେବ। ଏହା କ୍ରମେ ଦୁର୍ବଳ ହେବା ପରେ ବଦଳିବ ପାଣିପାଗର ମିଜାଜ। ବଢ଼ିବ ଶୀତ।

ଅଧିକ ପଢ଼ନ୍ତୁ: ଜିନ୍ନତକୁ ନେଇ ସସପେନ୍ସ, କୁଆଡେ ଗଲା ମରାଠା ବାଘୁଣୀ ମିଳୁନି ପତ୍ତା

Weather Rain Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ