Advertisment

‘ସନ୍ଧ୍ୟାରେ ମୁଣ୍ଡଳି ଛୁଇଁବ ହୀରାକୁଦ ବନ୍ୟା ଜଳ’

ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ପହଞ୍ଚିବ ହୀରାକୁଦ ବନ୍ୟା ଜଳ। ମୁଣ୍ଡଳି ପରିଦର୍ଶନ ବେଳେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ଏବେ ମୁଣ୍ଡଳିରେ ଜଳସ୍ତର ଖସୁଛି ଓ ତଳ ମୁଣ୍ଡରେ ଆଉ ବର୍ଷା ନାହିଁ। ମୁଣ୍ଡଳିରେ ସର୍ବାଧିକ ୬.୪୩ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିଲା। ଏବେ ପ୍ରବାହିତ ଜଳ ପରିମାଣ ଖସି ୫.୯୬ ଲକ୍ଷ କ୍ୟୁସେକ୍‌ରେ ପହଞ୍ଚିଛି।’

Mundali

Mundali

Advertisment

କଟକ: ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ପହଞ୍ଚିବ ହୀରାକୁଦ ବନ୍ୟା ଜଳ। ମୁଣ୍ଡଳି ପରିଦର୍ଶନ ବେଳେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ଏବେ ମୁଣ୍ଡଳିରେ ଜଳସ୍ତର ଖସୁଛି ଓ ତଳ ମୁଣ୍ଡରେ ଆଉ ବର୍ଷା ନାହିଁ। ମୁଣ୍ଡଳିରେ ସର୍ବାଧିକ ୬.୪୩ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିଲା। ଏବେ ପ୍ରବାହିତ ଜଳ ପରିମାଣ ଖସି ୫.୯୬ ଲକ୍ଷ କ୍ୟୁସେକ୍‌ରେ ପହଞ୍ଚିଛି।’

Advertisment

ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ‘ହୀରାକୁଦ ଜଳ ମୁଣ୍ଡଳିରେ ପହଞ୍ଚିବାକୁ ୩୬ ଘଣ୍ଟା ସମୟ ଲାଗିଥାଏ। ଆଜି ସନ୍ଧ୍ୟାରୁ ହୀରାକୁଦ ଜଳ ମୁଣ୍ଡଳିରେ ପହଞ୍ଚିବା ଆରମ୍ଭ ହେବ। ହୀରାକୁଦ ଜଳ ପହଞ୍ଚିବା ବେଳକୁ ସ୍ଥାନୀୟ ଜଳ କମି ଯାଇଥିବ। ତେଣୁ ଜଳସ୍ତର ଆଉ ବଢ଼ିବାର ନାହିଁ। ଫଳରେ ବନ୍ୟା ହେବା ନେଇ ଆଶଙ୍କା ନାହିଁ’।

Advertisment

ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବା ଫଳରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତରାଡି ଗାଁ ଜଳମଗ୍ନ ହୋଇପଡିଛି। ଜଳଭଣ୍ଡାର ଫୁଲିବା ପରେ ପଛୁଆ ଜଳ ଗାଁ ଭିତରକୁ ପ୍ରବେଶ କରିଛି। ଗାଁ ଭିତରେ ଅଣ୍ଟାଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଅମ୍ବାଭୋନା ବିଡିଓ ଓ ତହସିଲଦଜାର ଗାଁରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି।  ଅଗ୍ନିଶମବାହିନୀ ସହାୟତାରେ ଗାଁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। 

ଅନ୍ୟପକ୍ଷେ,ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ୪ଟି NDRF ଟିମ୍‌ ମୁତୟନ କରାଯାଇଛି। ଯବାନମାନେ ରିଲିଫ୍ ଉଦ୍ଧାର ଓ ଥଇଥାନ କାମରେ ନିୟୋଜିତ ହେବେ। ଗତ ୧୪ ତାରିଖରେ ଗୋଟିଏ ଟିମ୍ ଭଦ୍ରକ ଯାଇଥିବା ବେଳେ ଆଜି ସକାଳୁ ୩ଟି ଟିମ୍ କେନ୍ଦ୍ରାପଡ଼ା, କଟକ ଓ ପୁରୀ ଯାଇଛନ୍ତି। ପ୍ରତି ଟିମ୍‌ରେ ୨୫ ଜଣ ଲେଖାଏ ଯବାନ ଅଛନ୍ତି। ଏହାସହ ବାଲେଶ୍ୱର ଜିଲ୍ଲାରେ ଥିବା NDRFର ରାପିଡ ରେସ୍ପନ୍ସ ସେଣ୍ଟରରେ ଥିବା ଗୋଟିଏ ଟିମ୍ ବାଲେଶ୍ୱରରେ ମୁତୟନ କରାଯାଇଛି। ମୁଣ୍ଡଳିରେ ଆହୁରି ଅଧିକ ଟିମ୍ ମଧ୍ୟ ପ୍ରସ୍ତୁତ ହୋଇ ରହିଥିବା NDRF ପକ୍ଷରୁ କୁହାଯାଇଛି। 

Advertisment
Odisha Hirakud Dam Mundali Flood Water
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ