Advertisment

ବାତ୍ୟା ମୁକାବିଲା ପାଇଁ ଶକ୍ତି ବିଭାଗ ପ୍ରସ୍ତୁତ

ବାତ୍ୟାର ମୁକାବିଲା ପାଇଁ ଶକ୍ତି ବିଭାଗ ପ୍ରସ୍ତୁତ ରହିଛି। ଗୋଟିଏ ମନିଟରିଂ ଟିମ୍‌ ଗଠନ କରାଯାଇଛି। ଜରୁରୀକାଳୀନ ଟିମ ପ୍ରସ୍ତୁତ ଅଛି।

Energy Department Odisha Is Fully Prepared For Cyclone

Energy Department Odisha Is Fully Prepared For Cyclone

Advertisment

ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ସାଇକ୍ଲୋନିକ୍‌ ଷ୍ଟର୍ମ(ଘୂର୍ଣ୍ଣି ବାତ୍ୟା)ରେ ପରିଣତ ହୋଇପାରେ। ଏନେଇ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। 

Advertisment

ବାତ୍ୟାର ମୁକାବିଲା ପାଇଁ ଶକ୍ତି ବିଭାଗ ପ୍ରସ୍ତୁତ ରହିଛି। ‘ଆମ ଟିମ୍ ପ୍ରସ୍ତୁତ ହୋଇ ରହିଛନ୍ତି। ଗୋଟିଏ ମନିଟରିଂ ଟିମ୍‌ ଗଠନ କରାଯାଇଛି। ଜରୁରୀକାଳୀନ ଟିମ ପ୍ରସ୍ତୁତ ଅଛି। ଗତକାଲି ଉନ୍ନୟନ କମିଶନର ସମୀକ୍ଷା କରି ଏହି ସୂଚନା ଦେଇଛନ୍ତି। ସବୁ ପରିସ୍ଥିତି ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛୁ। ବାତ୍ୟା ପୂର୍ବ ଓ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିଛୁ ବୋଲି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବଂ ଶକ୍ତି ସଚିବ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି।

ମେ’ ୧ରୁ ରାଜ୍ୟରେ ବିଜୁଳି ଅଭାବ ନାହିଁ। ବିଜୁଳ କାଟ୍‌ ହେଉନାହିଁ। ଏବେବି ଦର୍ଲିପାଲି ପାଓ୍ୱାର ଷ୍ଟେସନ ସମ୍ପୂର୍ଣ୍ଣ ଠିକ୍ ହୋଇନାହିଁ। ତଥାପି ରାଜ୍ୟରେ ବିଜୁଳି ସମସ୍ୟା ନାହିଁ। ଓପିଜିସିର ଗୋଟିଏ ୟୁନିଟ କାର୍ଯ୍ୟକ୍ଷମ ପରେ ଆବଶ୍ୟକତା ପୂରଣ କରାଯାଇଛି। 

Advertisment

Cyclone Cyclone Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ