Advertisment

କେଉଁଆଡ଼େ ଯିବ ବାତ୍ୟା, କେଉଁଠି କରିବ ଲ୍ୟାଣ୍ଡ୍‌ଫଲ୍‌ ?

ଗଭୀର ଅବପାତ ଉତ୍ତର-ଉତ୍ତରପୂର୍ବ ଦିଗକୁ ମୁହାଁଇ ଥିବାରୁ ଓଡ଼ିଶାରେ ବିଶେଷ ପ୍ରଭାବ ନାହିଁ । କେବଳ ଉପକୂଳ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଅଦ୍ୟତନ ହୋଇଛି
Cyclone Alert

Deep Depression over Westcentral bay of bengal likely to intensify into Cyclonic Storm in 24 hrs

Advertisment

ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି । ଗଭୀର ଅବପାତ ଘନୀଭୂତ ହୋଇ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ତେବେ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ ।

Advertisment

ଆଜି ଘଣ୍ଟା ପ୍ରତି ୧୭ କି.ମି. ବେଗରେ ଗତି କରୁଛି ଗଭୀର ଅବପାତ । ଏବେ ବିଶାଖାପାଟଣାରୁ ୩୯୦, ପାରାଦୀପରୁ ୩୨୦ କି.ମି., ଦୀଘାରୁ ୪୬୦ ଓ ବାଂଲାଦେଶ ଖେପୁପଡ଼ାରୁ ୬୧୦ କି.ମି. ଦୂରରେ ଏହା କେନ୍ଦ୍ରୀଭୂତ ରହିଛି । 

Advertisment

କ୍ରମଶଃ ଏହା ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରି ବାତ୍ୟା ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟାରେ ବାତ୍ୟା ରୂପ ନେଇ ବାଂଲାଦେଶ ଉପକୂଳ ମୁହାଁ ହେବ । ୧୮ ସକାଳେ ବାଂଲାଦେଶର ମଙ୍ଗଲା-ଖେପୁପଡ଼ା ମଧ୍ୟରେ ଉପକୂଳ ଛୁଇଁବ ବାତ୍ୟା ।

ଅନ୍ୟପକ୍ଷେ, ଗଭୀର ଅବପାତ ଉତ୍ତର-ଉତ୍ତରପୂର୍ବ ଦିଗକୁ ମୁହାଁଇ ଥିବାରୁ ଓଡ଼ିଶାରେ ବିଶେଷ ପ୍ରଭାବ ନାହିଁ । କେବଳ ଉପକୂଳ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । 

Advertisment
Cyclone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ