କାଲି ବଙ୍ଗୋପସାଗରରେ ବାତ୍ୟା: ଓଡ଼ିଶା ଉପରେ ପଡ଼ିବନି ପ୍ରଭାବ

ଗଭୀର ଅବପାତ ନେଇ ପାରେ ବାତ୍ୟାର ରୂପ, ଦିଗ ପରିବର୍ତ୍ତନ କରିଥିବାରୁ ଓଡ଼ିଶା ଉପରେ ପଡ଼ିବନି ପ୍ରଭାବ କହିଲା ପାଣିପାଗ କେନ୍ଦ୍ର ...ଉପକୂଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ... ଜଗତସିଂହପୁର ଓ କେନ୍ଦ୍ରାପଡ଼ାକୁ ୟେଲୋ ୱାର୍ଣ୍ଣିଂ ...

Deep depression likely to intensify into cyclone

ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ଏହି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗଭୀର ଅବପାତ ଘନୀଭୂତ ହୋଇ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ତେବେ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ । ଗଭୀର ଅବପାତ ଉତ୍ତର-ଉତ୍ତରପୂର୍ବ ଦିଗକୁ ମୁହାଁଇ ଥିବାରୁ ଓଡ଼ିଶାରେ ବିଶେଷ ପ୍ରଭାବ ନାହି । କେବଳ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୪ ଘଣ୍ଟାରେ ପାରାଦୀପରେ ସର୍ବାଧିକ ୬.୯ ମିମି ବର୍ଷା ରେକର୍ଡ ହୋଇଛି । ସମୁଦ୍ର ଭିତରେ ପବନର ବେଗ ବଢୁଥିବାରୁ ୧୮ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।