Cyclonic storm likely to form over Bay of Bengal by december 2
ଡିସେମ୍ବର ୨ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏହି ବାତ୍ୟା ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଣ୍ଡାମାନ ସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଏବେ ୱେଲ୍ ମାର୍କଡ ଲୋ’ ପ୍ରେସରରେ ପରିଣତ ହୋଇଛି । ଆସନ୍ତାକାଲି ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । କ୍ରମଶଃ ଏହା ଘନୀଭୂତ ହୋଇ ଡିପ୍ରେସନରେ ପରିଣତ ହେବ । ପୁଣି ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ।
ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ SRC ଚିଠି ଲେଖିଛନ୍ତି । ଏହି ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ।
ଚାଷୀଙ୍କୁ ସତର୍କ କରାଇବାକୁ ଏସ୍ଆରସି କହିଛନ୍ତି । ବିଭିନ୍ନ ବିଭାଗର ସଚିବଙ୍କୁ ମଧ୍ୟ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଡିସେମ୍ବର ୧ ତାରିଖରୁ ସମୁଦ୍ରରେ ପବନ ବହିବ । ତେଣୁ ସମୁଦ୍ରକୁ ନ ଯିବାକୁ ଧୀବରଙ୍କୁ ପରାମର୍ଶ ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1701249716.jpg)