୮ ସୁଦ୍ଧା ଲଘୁଚାପ କ୍ଷେତ୍ର, ଅଧିକ ଘନୀଭୂତ ହୋଇ ୯ରେ ଅବପାତ

ଆଜିଠାରୁ ମତ୍ସ୍ୟଜୀବୀଙ୍କୁ ଦକ୍ଷିଣପୂର୍ବ ବଙ୍ଗୋପସାଗର ଯିବା ମନା

low pressure by May 8

ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଗତକାଲି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ସାରିଛି । ଏହାର ପ୍ରଭାବରେ ଆସନ୍ତା କାଲି ସକାଳ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ୯ ତାରିଖ ଆଡ଼କୁ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ । ଏହାପରେ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବା ସମ୍ଭାବନା । ଏନେଇ ସୂଚନା ଜାରି କରିଛି ଭାରତୀୟ ପାଣିପାଗ କେନ୍ଦ୍ର ।

ଅନ୍ୟପଟେ ପାଣିପାଗ ବିଭାଗ ଏସବୁ ଉପରେ ନଜର ରଖିଥିବା ବେଳେ ବାତ୍ୟାର ତୀବ୍ରତା ଓ ଦିଗ ଦେଇ ଲଘୁଚାପ ସୃଷ୍ଟି ପରେ ସ୍ପଷ୍ଟ କହିହେବ ବୋଲି ଆଇଏମ୍‌ଡି କହିଛି । ଏଥିପାଇଁ ଆଜିଠାରୁ ମତ୍ସ୍ୟଜୀବୀଙ୍କୁ ଦକ୍ଷିଣପୂର୍ବ ବଙ୍ଗୋପସାଗରକୁ ଯିବା ମନା କରାଯାଇଛି ।

ଯେଉଁ ମତ୍ସ୍ୟଜୀବୀମାନେ ସମୁଦ୍ର ଅଞ୍ଚଳରେ ଅଛନ୍ତି, ସେମାନଙ୍କୁ ଫେରି ଆସିବା ପରାମର୍ଶ ଦିଆଯାଇଛି । ଲଘୁଚାପ ସୃଷ୍ଟି ପରେ ହିଁ ସମ୍ଭାବ୍ୟ ବାତ୍ୟାର ଗତିପଥ ନେଇ ସ୍ପଷ୍ଟ ଚିତ୍ର ଆ‌ସିବ ବୋଲି ଜଣାପଡ଼ିଛି ।