Advertisment

ଘୂର୍ଣ୍ଣିବଳୟ ହେଲା : ୧୨ରେ ହେବ କି ବାତ୍ୟା?

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ୯ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ ଘୂର୍ଣ୍ଣିଝଡ଼ । ପରେ ସାମୁଦ୍ରିକ ଝଡର ରୂପ ନେଇପାରେ । ଗତିପଥ କ’ଣ ହେବ ? ଲଘୁଚାପ ହେଲା ପରେ ପୂରା ଚିତ୍ର ସ୍ପଷ୍ଟ ହେବ ବୋଲି ଜଣାପଡିବ ବୋଲି କହିଛି ପାଣିପାଗ ବିଭାଗ ।

ଅଦ୍ୟତନ ହୋଇଛି
Cyclonic circulation

Cyclonic circulation

Advertisment

ବତ୍ୟାକୁ ନେଇ ଏବେ ଛାନିଆ ହେଲେଣି ଲୋକେ । ବାତ୍ୟା ହେବ କି ନାହିଁ? ଯଦି ହେବ କେଉଁଠି ମାଡ ହେବ? କେତେ ତୀବ୍ରତା ରହିବ? ସେନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ହେଲେ ସମୁଦ୍ରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଖବର ଆସିବା ପରେ ଏବେ ଚିନ୍ତାରେ ଉପକୂଳିଆବାସୀ ।

Advertisment

ଅଧିକ ପଢ଼ନ୍ତୁ: ମେ’ ମାସରେ କାହିଁକି ହେଉଛି ବାତ୍ୟା ?

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ୮ ତାରିଖ ସୁଦ୍ଧା ଲଘୁଚାପର ରୂପ ନେବା ସମ୍ଭାବନା ରହିଥିବା ଜଣାପଡିଛି । ଏହାପରେ ୯ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ ଘୂର୍ଣ୍ଣିଝଡ଼ । ପରେ ସାମୁଦ୍ରିକ ଝଡର ରୂପ ନେଇପାରେ । ଗତିପଥ କ’ଣ ହେବ ? ଲଘୁଚାପ ହେଲା ପରେ ପୂରା ଚିତ୍ର ସ୍ପଷ୍ଟ ହେବ ବୋଲି ଜଣାପଡିବ ବୋଲି କହିଛି ପାଣିପାଗ ବିଭାଗ ।

ସେପଟେ ୱିଣ୍ଡି ଡଟ୍ କମ୍ ପ୍ରଦର୍ଶିତ କରିଥିବା ଜିଏଫଏସ ମଡେଲର ଚିତ୍ର ଅନୁସାରେ ୯ ତାରିଖରୁ ୧୨ ତାରିଖ ମଧ୍ୟରେ ସମୁଦ୍ରରେ ବାତ୍ୟା ସୃଷ୍ଟି ହେବ । ୧୦ ଓ ୧୧ ତାରିଖରେ ଉପକୂଳ ଆଡ଼କୁ ଗତି କରିପାରେ ବାତ୍ୟା । ଯଦିଓ ମଡେଲର ଆକଳନ ବାରମ୍ବାର ବଦଳିଥାଏ, କିନ୍ତୁ ବର୍ତମାନର ଚିତ୍ର ଦର୍ଶାଉଛି ମିଆଁମାର ମୁହାଁ ହୋଇପାରେ ଏହି ସମ୍ଭାବ୍ୟ ବାତ୍ୟା । କିନ୍ତୁ ଆଇଏମଡି ବାତ୍ୟା ହେବ ବୋଲି ସ୍ପଷ୍ଟ କରିନାହିଁ । ଏହାପରେ ବି ମେ’ ମାସରେ ବାତ୍ୟା ବାରମ୍ବାର ଆସୁଥିବାରୁ ଓଡ଼ିଶାବାସୀଙ୍କ ମନରେ ଛନକା ପଶିଛି ।

Advertisment
IMD Bay Of Bengal Cyclones Cyclonic Circulation Cyclone Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ