ଗୋପାଳପୁରରୁ ୪୭୦ କିମି, ପାରାଦୀପରୁ ୫୮୦ କିମି ଦୂରରେ ବାତ୍ୟା 

ପାଖେଇ ଆସୁଛି ବାତ୍ୟା । ବର୍ତ୍ତମାନ ଗୋପାଳପୁରରୁ ୪୭୦ କିମି, ପାରାଦୀପରୁ ୫୮୦ କିମି ଦୂରରେ ବାତ୍ୟା 

ଘଣ୍ଟାପ୍ରତି ୨୨ କିମି ବେଗରେ ଆସୁଛି ବାତ୍ୟା

News Summary

ଘଣ୍ଟାପ୍ରତି ୨୨ କିମି ବେଗରେ ଆସୁଛି ବାତ୍ୟା

ବାତ୍ୟା ସ୍ଥଳ ଭାଗ ଅତିକ୍ରମ କରିବ କି ନାହିଁ ଏଯାଏ IMD ସ୍ପଷ୍ଟ କରିନି

ଯଦି ସ୍ଥଳଭାଗ ଛୁଏଁ, ଅଳ୍ପ ଛୁଇଁ ବାତ୍ୟା ପୁଣି ସମୁଦ୍ର ମଧ୍ୟରେ ଯିବ

ନଛୁଇଁଲେ ବି ଉପକୂଳ ପାଖାପାଖି ହେଲେ ପବନ ୮୦ରୁ ୯୫ କିମି ବହିବ

ଭୁବନେଶ୍ୱର : ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ବାତ୍ୟା ଜୱାଦ । ବର୍ତ୍ତମାନ ସୁଦ୍ଧା ଗୋପାଳପୁରରୁ ୪୭୦ କିମି, ପାରାଦୀପରୁ ୫୮୦ କିମି ଦୂରରେ ରହିଛି ବାତ୍ୟା । ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୨୨ କିମି ବେଗରେ ଆସୁଛି ବାତ୍ୟା । ଆସନ୍ତାକାଲି ରି-କର୍ଭ କରି ୫ ଟା ସୁଦ୍ଧା ପୁରୀ ଉପକୂଳ ପାଖାପାଖି ହେବ ବୋଲି କୁହାଯାଉଛି । ବାତ୍ୟା ସ୍ଥଳ ଭାଗ ଅତିକ୍ରମ କରିବ କି ନାହିଁ ଏଯାଏ ସ୍ପଷ୍ଟ କରିନି IMD । ତେବେ ବାତ୍ୟା ସ୍ଥଳଭାଗ ଛୁଇଁଲେ ବି ଅଳ୍ପ ଛୁଇଁ ପୁଣି ସମୁଦ୍ର ମଧ୍ୟକୁ ପଳାଇବ । ବାତ୍ୟା ଜୱାଦ ନେଇ SRC ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ସେହିପରି ବାତ୍ୟା ସ୍ଥଳଭାଗ ନଛୁଇଁଲେ ବି ଉପକୂଳ ଅଞ୍ଚଳରେ ୮୦ରୁ ୯୫ କିମି ବେଗରେ ବହିବ ପବନ । ଆଜି ରାତିରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ । ତେବେ ବାତ୍ୟା ଆସିବା ପୂର୍ବରୁ ସମୁଦ୍ରରେ ଥିବା ସମସ୍ତ ୨୨, ୭୦୦ ମାଛଧରା ବୋଟ୍ ଫେରି ଆସିଛନ୍ତି । ହେଲେ ସଚେତନ କରିବା ସତ୍ତ୍ୱେ ବାତ୍ୟା ଆଶ୍ରୟସ୍ଥଳୀକୁ ଆଜି ଆସିବାକୁ ଲୋକେ ରାଜି ହେଉନାହାନ୍ତି ଲୋକେ । କାଲି ତଳି ଅଞ୍ଚଳ ଓ କଚ୍ଚା ଘରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି କୁହାଯାଉଛି ।

ସେପଟେ ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ଏସଆରସି । ଗଂଜାମ, ପୁରୀ, ଚିଲିକା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକର ନିଆଳି ଅଞ୍ଚଳରୁ ମଧ୍ୟ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ । ବାତ୍ୟା ପାଇଁ ୨ ଦିନ ଆଗରୁ ପିଇବା ପାଣି ସାଇତି ରଖିବାକୁ ପରାମର୍ଶ ଦେଇଛନ୍ତି SRC ।

ସେହିପରି ଭୟଭୀତ ହୋଇ ଅଯଥାରେ ଅଧିକ ଜିନିଷ ନକିଣିବା ସହ କାଲି ଅପରାହ୍ନରୁ ୫ ସକାଳ ପର୍ଯ୍ୟନ୍ତ ବାହାରେ ନବୁଲିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ପ୍ରଭାବିତ ହେବାକୁ ଥିବା ସବୁ ଅଞ୍ଚଳରେ ପଞ୍ଚାୟତ ଗୃହ, ସ୍କୁଲ ଘର, ଅଙ୍ଗନବାଡ଼ି କେନ୍ଦ୍ର ଖୋଲା ରଖିବାକୁ କୁହାଯାଇଛି । କେହି ଚାହିଁଲେ ବାତ୍ୟା ବେଳେ ଉକ୍ତ ସରକାରୀ ଘରେ ଆଶ୍ରୟ ନେଇପାରିବେ । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେଲେ ବି ବନ୍ୟା ଆଶଙ୍କା ନାହିଁ ବୋଲି SRC ସୂଚନା ଦେଇଛନ୍ତି ।