Advertisment

ଟଳିଲା ବିପଦ ! ଓଡ଼ିଶାକୁ ନାହିଁ ବାତ୍ୟା ପ୍ରଭାବ

ଆସୁଥିବା ବାତ୍ୟାର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବନି। ଓଡ଼ିଶାକୁ ବାତ୍ୟା ଜନିତ ପବନ କି ବର୍ଷା, କିଛି ହେବନି। ୧୪ ପୂର୍ବାହ୍ନରେ ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି।

ଅଦ୍ୟତନ ହୋଇଛି
Odisha Cyclone Updates

cyclone will have no impact on Odisha says imd dg

Advertisment

ଆସୁଥିବା ବାତ୍ୟାର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବନି। ଓଟିଭିକୁ ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ଓଡ଼ିଶାକୁ ବାତ୍ୟା ଜନିତ ପବନ କି ବର୍ଷା, କିଛି ହେବନି। ଗଭୀର ଅବପାତଟି ଆଜି ରାତି ସୁଦ୍ଧା ବାତ୍ୟାରେ ପରିଣତ ହେବ। କାଲି ସୁଦ୍ଧା ଭୀଷଣ ଓ ୧୨ ତାରିଖ ସୁଦ୍ଧା ଅତି ଭୀଷଣ ରୂପ ନେଇପାରେ।’

Advertisment

ଆଇଏମ୍‌ଡି ଡିଜି ଆହୁରି ସୂଚନା ଦେଇଛନ୍ତି, ‘୧୪ ପୂର୍ବାହ୍ନରେ ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ବାଂଲାଦେଶ କକ୍ସବଜାର ଓ ମିଆଁମାର କ୍ୟାଉକିପିଉ ମଧ୍ୟରେ ଉପକୂଳ ଛୁଇଁବ। ଉପକୂଳ ଛୁଇଁଲା ବେଳେ ପବନ ୧୧୦ରୁ ୧୩୦ କି.ମି. ବେଗରେ ବହିପାରେ। ବାତ୍ୟାର ପ୍ରଭାବ ଓଡ଼ିଶା କି ଆନ୍ଧ୍ରପ୍ରଦେଶ ଉପରେ ପଡ଼ିବନି। ବାତ୍ୟା ଜନିତ ପବନ କି ବର୍ଷା ଓଡ଼ିଶା ଏବଂ ଆନ୍ଧ୍ରରେ ହେବନି।’

ତେବେ ପଶ୍ଚିମବଙ୍ଗ ଉପକୂଳରେ ପ୍ରଭାବ ପଡ଼ିବ ଓ ୫୦ କି.ମି. ବେଗରେ ପବନ ବହିପାରେ ବୋଲି ଆଇଏମ୍‌ଡି ସୂଚନା ଦେଇଛନ୍ତି। ମତ୍ସ୍ୟଜୀବୀଙ୍କୁ ଦକ୍ଷିଣ ପୂର୍ବ, କେନ୍ଦ୍ରୀୟ ବଙ୍ଗୋପ ସାଗର ଓ ଆଣ୍ଡାମାନ ସାଗର ଭିତରକୁ  ଯିବାକୁ ବାରଣ କରାଯାଇଛି।

Advertisment
Weather Update Cyclone Cyclone Alert Cyclone Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ