ଓଡ଼ିଶାକୁ ମାଡ଼ି ଆସୁଛି ବାତ୍ୟା ! ଜାଣନ୍ତୁ, ବାତ୍ୟା ସମ୍ପର୍କିତ ୧୫ଟି ଅପଡେଟ୍‌...

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଆଣ୍ଡାମାନ ସାଗରରେ ପହଞ୍ଚିପାରେ ଲଘୁଚାପ କ୍ଷେତ୍ର। ଆଜି ପୂର୍ବାହ୍ନରେ ଦକ୍ଷିଣ ଥାଇଲାଣ୍ଡ ଓ ଏହାର ନିକଟସ୍ଥ ଆଣ୍ଡାମାନ ସାଗର ଏବଂ ଗଲ୍ଫ ଅଫ୍‌ ଥାଇଲାଣ୍ଡରେ ଏକ ଲଘୁଚାପ କ୍ଷେତ୍ର କେନ୍ଦ୍ରୀଭୂତ ହୋଇଛି। ଡିସେମ୍ବର ୪ ତାରିଖ ସକାଳେ ଏହା ସାଇକ୍ଲୋନିକ୍‌ ଷ୍ଟର୍ମ ଭାବେ ଓଡ଼ିଶା ଓ ଏହାର ନିକଟସ୍ଥ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିବ।

ଓଡ଼ିଶାକୁ ମାଡ଼ି ଆସୁଛି ବାତ୍ୟା !

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଦକ୍ଷିଣ ଥାଇଲାଣ୍ଡ ଓ ଏହାର ନିକଟସ୍ଥ ଆଣ୍ଡାମାନ ସାଗର ଏବଂ ଗଲ୍ଫ ଅଫ୍‌ ଥାଇଲାଣ୍ଡରେ ଏକ ଲଘୁଚାପ କ୍ଷେତ୍ର କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଆଣ୍ଡାମାନ ସାଗରରେ ପହଞ୍ଚିବ। ଏହାପରେ ଏହା ଧୀରେ ଧୀରେ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଏହାର ନିକଟସ୍ଥ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଡିପ୍ରେସନ(ଅବପାତ)ରେ ପରିଣତ ହେବ। ଏନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

ଜାଣନ୍ତୁ, ବାତ୍ୟା ସମ୍ପର୍କିତ ୧୫ଟି ଅପଡେଟ୍‌...