Advertisment

ଆସୁଛି ବାତ୍ୟା ‘ମୋଚା’ ! କେତେ ବେଗରେ ପବନ ବହିବ, କେଉଁଠି ଲ୍ୟାଣ୍ଡ୍‌ଫଲ୍‌ କରିବ...କ’ଣ କହୁଛି ଆକଳନ

ପୂର୍ବ ବଙ୍ଗୋପସାଗରରେ ମେ ୬ରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ୭ରେ ଲଘୁଚାପ, ୮ରେ ଅବପାତ ଓ ୯ ତାରିଖରେ ବାତ୍ୟା ସୃଷ୍ଟି ହୋଇପାରେ। ଏହି ବାତ୍ୟାର ନାଁ ‘ମୋଚା’ ରଖାଯାଇଛି।

ଅଦ୍ୟତନ ହୋଇଛି
Cyclone

Cyclone Mocha update

Advertisment

ସପ୍ତାହେ ଭିତରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇପାରେ। ଏନେଇ ଭାରତୀୟ ପାଣିପାଗ ବିଭାଗ(IMD) ପୂର୍ବାନୁମାନ କରିଛି। ପାଣିପାଗ ବିଭାଗର ଆକଳନ ଅନୁସାରେ, ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ମେ ୬ରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ୭ରେ ଲଘୁଚାପ, ୮ରେ ଅବପାତ ଓ ୯ ତାରିଖରେ ବାତ୍ୟା ସୃଷ୍ଟି ହୋଇପାରେ। ଯଦି ଏହା ବାତ୍ୟା ହୁଏ ତା’ହେଲେ ଏହାର ନାଁ ‘ମୋଚା’ ରଖାଯିବ।

Advertisment

ତେବେ ଓଡ଼ିଶା ପାଇଁ ଆତଙ୍କିତ ହେବାର ଏଯାଏ କୌଣସି କାରଣ ନାହିଁ । କାରଣ ଏହାର ଗତିପଥ ଏବେଠୁ କହି ହେବନି ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ତେଣୁ ଲୋକଙ୍କୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ୭ ତାରିଖରୁ ସମୁଦ୍ର ଅଶାନ୍ତ ରହିବ। ହେଲେ ବାତ୍ୟା କୁଆଡ଼େ ଯିବ, କେତେ ଶକ୍ତିଶାଳୀ ହେବ, କେତେ ଜୋରରେ ପବନ ବହିବ, ଏ ସମ୍ପର୍କିତ କୌଣସି ପୂର୍ବାନୁମାନ କରାଯାଇନାହିଁ।

ଏଥିଯୋଗୁଁ ଓଡ଼ିଶାରେ ପବନ ତ ଦୂରର କଥା, ବର୍ଷା ହେବ ନା ନାହିଁ, ତାହା ବି ସ୍ପଷ୍ଟ ହୋଇନି। ୭ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏ ସମ୍ପର୍କିତ ଆକଳନ କରାଯିବ। ପାଣିପାଗ ବିଶେଷଜ୍ଞ ମଧ୍ୟ କହିଛନ୍ତି ଯେ, ଘୂର୍ଣ୍ଣିବଳୟ ଉତ୍ତର ଦିଗକୁ ଗତି କରି ଲଘୁଚାପରେ ପରିଣତ ହେବ। ତେବେ ଏହାର ପରବର୍ତ୍ତୀ ଗତିପଥ ବିଭିନ୍ନ କାରକ ଉପରେ ନିର୍ଭର କରୁଥିବାରୁ, ସେନେଇ ଏବେଠୁ ଆକଳନ କରି ହେବନି।

Advertisment

କେମିତି ରହିପାରେ ପାଣିପାଗ ଓ ଆଡଭାଇଜରି: 

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ...

  • ମେ’ ୭ରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୪୦-୫୦ କିଲୋମିଟର ରହିପାରେ। ଏହା ଘଣ୍ଟାପ୍ରତି ୬୦ କି.ମି. ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିପାରେ।
  • ପବନର ବେଗ ଧୀରେ ଧୀରେ ବୃଦ୍ଧି ପାଇ  ଦକ୍ଷିଣ-ପୂର୍ବ ଉପକୂଳ ଓ ଏହାର ଆଖପାଖ ଅଞ୍ଚଳରେ ଘଣ୍ଟାପ୍ରତି ୫୦-୬୦ କିଲୋମିଟର ପହଞ୍ଚିବା ସମ୍ଭାବନା। ଏହା ଘଣ୍ଟାପ୍ରତି ୭୦ କି.ମି. ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିପାରେ। ସମୁଦ୍ର ଅଶାନ୍ତ ରହିପାରେ।
  • ୭ରୁ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଯେଉଁମାନେ ସମୁଦ୍ରରେ ଅଛନ୍ତି ସେମାନେ ୭ ସୁଦ୍ଧା ଚାଲି ଆସିବାକୁ ପରାମର୍ଶ ଦିଆଯାଇଛି। 

ସୂଚନାଥାଉ କି, ୨୦୧୯ ମସିହା ମେ’ ୩ରେ ବାତ୍ୟା ‘ଫନି’ ପୁରୀ ନିକଟରେ ଲ୍ୟାଣ୍ଡ୍‌ଫଲ୍‌ କରିଥିଲା। ଏହାଦ୍ୱାରା ଓଡ଼ିଶା ଉପକୂଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। କେତେକ ରିପୋର୍ଟ ଅନୁସାରେ, ବାତ୍ୟା ‘ମୋଚା’ ଭାରତର ପୂର୍ବ ଉପକୂଳରେ ମେ’୮ରୁ ୧୧ ମଧ୍ୟରେ ଲ୍ୟାଣ୍ଡ୍‌ଫଲ୍‌ କରିପାରେ।

Advertisment
Cyclone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ