Advertisment

କେଉଁଆଡ଼େ ଯିବ ବାତ୍ୟା ? କେବେ କରିପାରେ ଲ୍ୟାଣ୍ଡ୍‌ଫଲ୍‌...ଭାରତୀୟ ପାଣିପାଗ ବିଭାଗ ଦେଲା ସୂଚନା

ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଆଜି ସୂଚନା ଦେଇଛନ୍ତି, ‘ପୂର୍ବାନୁମାନ ଅନୁସାରେ ଆଜି ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। କାଲି ସୁଦ୍ଧା ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।’

ଅଦ୍ୟତନ ହୋଇଛି
Cyclone Update Odisha

Cyclone May Form On May 10 Says IMD DG

Advertisment

ବାଂଲାଦେଶ, ମିଆଁମାର ମୁହାଁ ହୋଇପାରେ ସମ୍ଭାବ୍ୟ ବାତ୍ୟା। ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଆଜି ସୂଚନା ଦେଇଛନ୍ତି, ‘୧୨ ତାରିଖ ପରେ ବାତ୍ୟା ଉପକୂଳ ଛୁଇଁପାରେ। ପୂର୍ବାନୁମାନ ଅନୁସାରେ ଆଜି ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। କାଲି ସୁଦ୍ଧା ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।’

Advertisment

‘୧୦ ତାରିଖ ସୁଦ୍ଧା ଏହା ବାତ୍ୟାରେ ପରିଣତ ହୋଇପାରେ। ୧୨ ତାରିଖରେ ବାତ୍ୟାର ଗତିପଥ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ବାତ୍ୟା ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ଗତିପଥ ବଦଳାଇପାରେ। ବାତ୍ୟାର ଗତିପଥ ବଦଳି ବାଂଲାଦେଶ, ମିଆଁମାର ମୁହାଁ ହେବାର ସମ୍ଭାବନା ରହିଛି’ ବୋଲି IMD ଡିଜି ସୂଚନା ଦେଇଛନ୍ତି। ୧୨ ତାରିଖରେ ବାତ୍ୟା ବାଂଲାଦେଶ, ମିଆଁମାର ଉପକୂଳ ଛୁଇଁପାରେ। ତେଣୁ ୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଯେଉଁମାନେ ସମୁଦ୍ରରେ ଅଛନ୍ତି, ତୁରନ୍ତ ଚାଲି ଆସିବାକୁ କୁହାଯାଇଛି। 

ଓଡ଼ିଶା ପାଇଁ ଏବେ କିଛି ୱାର୍ଣ୍ଣିଂ ନାହିଁ...

ସମ୍ଭାବ୍ୟ ବାତ୍ୟା ନେଇ ବର୍ତ୍ତମାନ ସ୍ଥିତିରେ ଓଡ଼ିଶା ପାଇଁ କିଛି ୱାର୍ଣ୍ଣିଂ ନାହିଁ ବୋଲି ପ୍ରେସ୍‌ମିଟ୍‌ରେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ଏବେ ଓଡ଼ିଶା ସହ ଅନ୍ୟ ଉପକୂଳ ରାଜ୍ୟ ପାଇଁ କିଛି ୱାର୍ଣ୍ଣିଂ ନାହିଁ। ବର୍ଷା ଓ ପବନ ନେଇ ମଧ୍ୟ କିଛି ୱାର୍ଣ୍ଣିଂ ନାହିଁ। ଓଡ଼ିଶା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ପାଇଁ କିଛି ୱାର୍ଣ୍ଣିଂ ନାହିଁ। ତେବେ ଏହା ପଶ୍ଚିମବଙ୍ଗ ଉପକୂଳର କେତେ ନିକଟ ହେଉଛି, ତାହା ଉପରେ ନଜର ରଖା ଯାଇଛି।’

Advertisment
Cyclone Cyclone Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ