Advertisment

ମାଡ଼ି ଆସୁଛି ବାତ୍ୟା ‘ଜୱାଦ୍‌’ ! ଚିତ୍ର ସ୍ପଷ୍ଟ, ହେଲେ ଗତିପଥ ଅସ୍ପଷ୍ଟ...

ମାଡ଼ି ଆସୁଛି ବାତ୍ୟା ‘ଜୱାଦ୍‌’ ! ଆଜି ଅବପାତରେ ପରିଣତ ହୋଇପାରେ ଲଘୁଚାପ କ୍ଷେତ୍ର। ୩ରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହା ବାତ୍ୟାର ରୂପ ନେଇପାରେ।

ଅଦ୍ୟତନ ହୋଇଛି
Cyclone Jawad

Cyclone Jawad

Advertisment

ଭୁବନେଶ୍ୱର: ବାତ୍ୟା ଚିତ୍ର ସ୍ପଷ୍ଟ, ହେଲେ ଗତିପଥ ଅସ୍ପଷ୍ଟ। ଏହି ବାତ୍ୟାର ନାଁ ‘ଜୱାଦ୍‌’ ରଖାଯାଇଛି। ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆଜି ଅବପାତରେ ପରିଣତ ହୋଇପାରେ। ୩ରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହା ବାତ୍ୟାର ରୂପ ନେଇପାରେ। ଏହାପରେ ଉପକୂଳ ଆଡ଼କୁ ମାଡ଼ି ଆସିପାରେ ବାତ୍ୟା। ୪ ତାରିଖରେ ଓଡ଼ିଶା ଉପରେ ଏହାର ପ୍ରଭାବ ଅଧିକ ପଡ଼ିପାରେ। 

Advertisment

ତେବେ ଏହା କେଉଁ ଯାଗାରେ ଉପକୂଳ ଅତିକ୍ରମ କରିବ, ତାହା ଆଜି ଜାଣି ହେବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ବାତ୍ୟା ଉପକୂଳ ଦେଇ ପୂର୍ବ ଅନୁମାନ ମୁତାବକ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରିପାରେ। ନଚେତ୍ ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ମୁହାଁ ହୋଇପାରେ ବାତ୍ୟା। ।ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ। ୩ରୁ ୫ ତାରିଖ ଯାଏ ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। 

ଡିସେମ୍ବର ୩ରୁ ୪ତାରିଖ ସକାଳ ଯାଏ ୪ଟି ଜିଲ୍ଲା ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂପୁରକୁ ୟେଲୋ ଓ୍ୱାର୍ଣ୍ଣିଂ ଦିଆଯାଇଛି। କିନ୍ତୁ ୪ ତାରିଖରେ ଉକ୍ତ ୪ ଜିଲ୍ଲା ପାଇଁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯିବା ସହ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି। ଏହାସହ ସେହି ଦିନ ଆଉ ୭ ଜିଲ୍ଲା କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡା ଓ କୋରାପୁଟକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମାଲକାନଗିରି ଜିଲ୍ଲାକୁ ବି ୪ ତାରିଖ ଦିନ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ତେବେ ୫ ତାରିଖ ପାଇଁ ୮ଟି ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ସହ ୭ ଜିଲ୍ଲାକୁ ୟେଲୋ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି।

Advertisment

ଅନ୍ୟପକ୍ଷେ, ବାତ୍ୟା ମୁକାବିଲା ପାଇଁ ରେସପନ୍ସ ଫୋର୍ସ ମୁତୟନ ହେବେ।  ୧୪ଟି NDRF ଟିମ୍‌ ୨୮ଟି ୟୁନିଟ୍ ହୋଇ କାର୍ଯ୍ୟ କରିବେ। ୨୦ଟି ଓଡ୍ରାଫ୍ ଟିମ୍ ୬୦ଟି ୟୁନିଟ୍‌ରେ କାର୍ଯ୍ୟ କରିବେ। ୨୦୦ ଅଗ୍ନିଶମ ଟିମ୍ ବାତ୍ୟା ମୁକାବିଲା ପାଇଁ ମୁତୟନ ହେବେ। ଶୁକ୍ରବାର ସୁଦ୍ଧା ରେସପନ୍ସ ଫୋର୍ସ ଜିଲ୍ଲା ଗୁଡ଼ିକରେ ପହଞ୍ଚିବେ ଏବଂ ଆବଶ୍ୟକ ପଡ଼ିଲେ ଆଉ ୧୦ଟି NDRF  ଟିମ୍ ମଗାଯିବ ବୋଲି SRC କହିଛନ୍ତି। ସେପଟେ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି। 

ସେପଟେ କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବା ସମ୍ଭାବ୍ୟ ବାତ୍ୟାର ସମୀକ୍ଷା କରିଛନ୍ତି। ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ରାଜ୍ୟ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ଆଣ୍ଡାମାନ ନିକୋବରର ମୁଖ୍ୟ ସଚିବ ଓ ବିଭାଗୀୟ ଅଧିକାରୀଙ୍କ ସହ କେନ୍ଦ୍ର କ୍ୟାବିନେଟ୍ ସଚିବ ଆଲୋଚନା କରିଛନ୍ତି। ବାତ୍ୟା ପରିସ୍ଥିତିର ମୁକାବିଲା ଓ ବାତ୍ୟା ପରେ ଉଦ୍ଧାର କାର୍ଯ୍ୟକୁ ତଦାରଖ କରିବାକୁ ଗୁରୁତ୍ୱ ଦିଆଯାଇଛି। ଏହିସବୁ ରାଜ୍ୟରେ ୩୨ଟି NDRF ଟିମ୍ ମୁତୟନ ହେବେ। ଯଦି, ଆବଶ୍ୟକ ପଡ଼େ ତା’ହେଲେ ସେନାବାହିନୀର ସହଯୋଗ ନିଆଯିବ ବୋଲି କ୍ୟାବିନେଟ୍ ସଚିବଙ୍କ ପକ୍ଷରୁ ପ୍ରେସ୍‌ ବିବୃତିରେ ସୂଚନା ଦିଆଯାଇଛି। 

Advertisment

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୯୫ଟି ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍ ବାତିଲ୍‌ କରାଯାଇଛି।  ଡିସେମ୍ବର ୩ ଓ ୪ ତାରିଖ ପାଇଁ ୯୫ଟି ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍‌କୁ ପୂର୍ବତଟ ରେଲ୍‌ୱେ ବାତିଲ୍ କରିଛି।  

Cyclone Threat To Odisha Cyclone Warning Heavy Rainfall Alert Cyclone Jawad
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ