Advertisment

ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେଲା ବାତ୍ୟା ‘ଗୁଲାବ’

ବାତ୍ୟା ‘ଗୁଲାବ’ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଗତ ୬ ଘଣ୍ଟାରେ ଏହା ଘଣ୍ଟାକୁ ୧୪ କି.ମି. ବେଗରେ ପଶ୍ଚିମ ଦିଗରେ ଗତି କରୁଛି। ଆସନ୍ତା ୬ ଘଣ୍ଟାରେ ଏହା ଆହୁରି ଦୁର୍ବଳ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି।

ଅଦ୍ୟତନ ହୋଇଛି
Cyclone Gulab

Cyclone Gulab

Advertisment

ଭୁବନେଶ୍ୱର: ବାତ୍ୟା ‘ଗୁଲାବ’ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଗତ ୬ ଘଣ୍ଟାରେ ଏହା ଘଣ୍ଟାକୁ ୧୪ କି.ମି. ବେଗରେ ପଶ୍ଚିମ ଦିଗରେ ଗତି କରୁଛି। ଆସନ୍ତା ୬ ଘଣ୍ଟାରେ ଏହା ଆହୁରି ଦୁର୍ବଳ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି। ‘ଗୁଲାବ’ ପ୍ରଭାବରେ ଆନ୍ଧ୍ରପ୍ରଦେଶର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି ରହିଛି।

Advertisment

ବିଶେଷ ଭାବେ ବାତ୍ୟାର ପ୍ରଭାବ ରାଜ୍ୟ ଉପରେ ପଡ଼ିନି। ହେଲେ ଗତକାଲି ରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛିା ଗଜପତି, ମାଲକାନଗିରି, ରାୟଗଡ଼ା, କନ୍ଧମାଳ ଜିଲ୍ଲାରେ ବର୍ଷା ହେଉଛି। ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ  ଜାରି କରାଯାଇଛି। ଏସବୁ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି ଗଞ୍ଜାମ, କନ୍ଧମାଳ ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

Advertisment

ଗତକାଲି ଆନ୍ଧ୍ର ଶ୍ରୀକାକୁଲମ୍‌ର ସନ୍ଥଗୁଡ଼ାରେ ବାତ୍ୟା ‘ଗୁଲାବ’ ଲ୍ୟାଣ୍ଡଫଲ୍ କରିଥିଲା। କ୍ରମଶଃ ଏହା ଗଭୀର ଅବପାତ ପରିଣତ ହୋଇଥିଲା। ଏହାପରେ ଏହା ଅବପାତରେ ପରିଣତ ହେବା ନେଇ ଭାରତୀୟ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

Advertisment

‘ଗୁଲାବ’ ପ୍ରଭାବରେ ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ରାତି ତମାମ ଝିପି ଝିପି ବର୍ଷା ହୋଇଛି। ବର୍ଷା ଯୋଗୁ ମୋହନା ବ୍ଲକର ଲିଲିଗଡ, ମଣିକାପୁର ଓ ଆର.ଉଦୟଗିରି ବ୍ଲକ ଚମ୍ପାଘାଟିରେ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତା ଅବରୋଧ ହଟାଇଛନ୍ତି। ପ୍ରଶାସନର ପୂର୍ବ ପ୍ରସ୍ତୁତି ଅନୁସାରେ, ମୋହନା ଓ ଆର.ଉଦୟଗିରି ବ୍ଲକ୍ ପାହାଡିଆ  ‌ଅଞ୍ଚଳର ଗ୍ରାମବାସୀଙ୍କୁ ବିଭିନ୍ନ ଆଶ୍ରୟସ୍ଥଳୀରେ ରଖାଯାଇ ସେମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି।

Rain Alert In Odisha Cyclone Gulab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ