Advertisment

ମାଡ଼ି ଆସୁଛି ବାତ୍ୟା ‘ଗୁଲାବ’: ପ୍ରବଳ ବର୍ଷା ସମ୍ଭାବନା ନେଇ ୭ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ

ଉପକୂଳକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଗୁଲାବ’। ସାମୁଦ୍ରିକ ଝଡ଼ ‘ଗୁଲାବ’କୁ ଦୃଷ୍ଟିରେ ରଖି ଆସନ୍ତାକାଲି ପର୍ଯ୍ୟନ୍ତ ୭ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି।

ଅଦ୍ୟତନ ହୋଇଛି
ଆଜି ୧୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ

Heavy Rainfall Alert

Advertisment

ଭୁବନେଶ୍ୱର: ଉପକୂଳକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଗୁଲାବ’। ଗତ ୬ ଘଣ୍ଟାରେ ଏହାର ବେଗ ଘଣ୍ଟା ପ୍ରତି ୧୦ କିଲୋମିଟର ରହିଛି। ଏବେ ଗୋପାଳପୁର ଠାରୁ ଏହା ୨୭୦ କି.ମି. ଦୂରରେ ଥିବା ବେଳେ ଆଜି ମଧ୍ୟ ରାତ୍ରରେ ଗୋପାଳପୁର ଓ କଳିଙ୍ଗପଟ୍ଟନମ ମଝିରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି। 

Advertisment

ସାମୁଦ୍ରିକ ଝଡ଼ ‘ଗୁଲାବ’ ପ୍ରବଳ ବର୍ଷା ସମ୍ଭାବନା ନେଇ ରଖି ଆସନ୍ତାକାଲି ପର୍ଯ୍ୟନ୍ତ ୭ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ୭ ଜିଲ୍ଲା ହେଲା-ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି। ଏହାସହ  ଆଉ ୪ ଜିଲ୍ଲାକୁ  ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ପୁରୀ, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡିକୁ ଅରେଞ୍ଜ ୱାର୍ଣ୍ଣିଂ କରାଯାଇଛି। ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ୧୦ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ୧୦ ଜିଲ୍ଲା ହେଲା- ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ବୌଦ୍ଧ, ସୋନପୁର, ବଲାଙ୍ଗିର ଏବଂ ନବରଙ୍ଗପୁର। 

Advertisment

ସମ୍ଭାବ୍ୟ ବାତ୍ୟା ‘ଗୁଲାବ’ର ପ୍ରଭାବ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରରେ ପଡ଼ିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳ ଦେଇ ଗତି କରୁଥିବା ୨୬ଟି ଟ୍ରେନ୍ ବାତିଲ କରାଯାଇଛି । ଜୋର୍ ବର୍ଷା ପବନର ଆଶଙ୍କା ଥିବାରୁ ଏହି ପଦକ୍ଷେପ ନେଇଛି ରେଳ ବିଭାଗ । 

Advertisment
IMD Heavy Rainfall Alert Rain Alert In Odisha Cyclone Gulab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ