Advertisment

ବାତ୍ୟା ନେଇ ବଡ଼ ସୂଚନା; ଲ୍ୟାଣ୍ଡଫଲ୍ ପରେ ସାମାନ୍ୟ ରିକର୍ଭ କରିବ ‘ଦାନା’ !

ବାତ୍ୟା ଗତିପଥରେ ସାମାନ୍ୟ ରିକର୍ଭ। ଲ୍ୟାଣ୍ଡଫଲ୍ ପରେ ସାମାନ୍ୟ ରିକର୍ଭ କରିପାରେ ବାତ୍ୟା। ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି।

Dana

Dana

Advertisment

ବାତ୍ୟା ଗତିପଥରେ ସାମାନ୍ୟ ରିକର୍ଭ। ଲ୍ୟାଣ୍ଡଫଲ୍ ପରେ ସାମାନ୍ୟ ରିକର୍ଭ କରିପାରେ ବାତ୍ୟା। ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି। IMD ପୂର୍ବାନୁମାନ କରିଥିବା ସ୍ଥାନରେ ସ୍ଥଳଭାଗ ଛୁଇଁବ ବାତ୍ୟା। ମାତ୍ର ଲ୍ୟାଣ୍ଡଫଲ୍ ପରେ ଗତିପଥରେ ସାମାନ୍ୟ ରିକର୍ଭ କରିବ ବୋଲି ଜଣାପଡିଛି।

Advertisment

ଓଡ଼ିଶା ଉପକୂଳ ମୁହାଁଉଛି ଭୀଷଣ ବାତ୍ୟା 'ଦାନା'। ଆଜି ରାତିରୁ ଆସନ୍ତାକାଲି ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ। ଏବେ ତାହା ପାରାଦୀପଠାରୁ ୨୮୦ କିଲୋମିଟର ଏବଂ ଧାମରାରୁ ୩୧୦ କିଲୋମିଟର ଦୂରରେ ରହିଛି । ଗତ ୬ ଘଣ୍ଟା ଧରି ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି ।

ଲ୍ୟାଣ୍ଡଫଲ୍ ବେଳେ ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ରହିପାରେ ବୋଲି ଆକଳନ କରାଯାଇଛି।ତାସହ ସମୁଦ୍ରରେ ଉଚ୍ଚ ଜୁଆର ଆସିବା ସହ ଗଛ, ବିଦ୍ୟୁତ୍ ଖୁଣ୍ଟ ଓ କଚା ଘରକୁ ବାତ୍ୟା ବିପଦ ପହଞ୍ଚାଇବାର ଆଶଙ୍କା ରହିଛି। ପ୍ରଭାବରେ ଗତକାଲିଠୁ ବିଭିନ୍ନ ସ୍ଥାନରେ ବର୍ଷା ଚାଲିଛି। IMD ଡିଜି କହିଛନ୍ତି- ୪ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର ଓ ଭଦ୍ରକରେ ରହିବ ସାଇକ୍ଲୋନର ଅଧିକ ପ୍ରଭାବ।

Advertisment

ବାତ୍ୟା ପ୍ରଭାବରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରେ ସକାଳୁ ସକାଳୁ ପବନର ବେଗ ବଢିବାରେ ଲାଗିଛି। ଅସ୍ତରଙ୍ଗ ଏବଂ କୋଣାର୍କ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିଥବା ଦେଖିବାକୁ ମିଳିଛି। ତୁରନ୍ତ ଅଗ୍ନିଶମ ବାହିନୀ ଟିମ୍ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଗଛ କାଟିବାରେ ଲାଗି ପଡ଼ିଛନ୍ତି। ଏପଟେ ସ୍ଥିତିକୁ ଦେଖି ଆଜି ଓ କାଲି ପର୍ଯ୍ୟଟକଙ୍କ ପାଇଁ କୋଣାର୍କ ସୂର୍ଯ୍ୟ ମନ୍ଦିର ବନ୍ଦ ରହିଛି। ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

IMD Cyclone Dana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ