Advertisment

ଅତି ଭୀଷଣ ବାତ୍ୟାର ରୂପ ନେଲା ‘ବିପର୍ଯ୍ୟୟ’, ୧୭୦ କି.ମି. ବେଗରେ ପବନ ବହିବା ସମ୍ଭାବନା...

ଭାରତୀୟ ପାଣିପାଗ ବିଭାଗର ଲାଟେଷ୍ଟ୍‌ ଅପଡେଟ୍‌ ଅନୁସାରେ, ବାତ୍ୟା ‘ବିପର୍ଯ୍ୟୟ’ ଏବେ ଗୋଆଠୁ ପ୍ରାୟ ୮୬୦ କି.ମି. ଦୂର ପଶ୍ଚିମ-ଦକ୍ଷିଣ-ପଶ୍ଚିମରେ କେନ୍ଦ୍ରୀଭୂତ ଥିବାବେଳେ ମୁମ୍ବାଇଠୁ ୯୧୦ କି.ମି. ଦକ୍ଷିଣ-ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି।

ଅଦ୍ୟତନ ହୋଇଛି
Cyclone Biparjoy

Cyclone Biparjoy

Advertisment

ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ଅତି ଭୀଷଣ ବାତ୍ୟାର ରୂପ ନେଲା ‘ବିପର୍ଯ୍ୟୟ’। ଭାରତୀୟ ପାଣିପାଗ ବିଭାଗର ଲାଟେଷ୍ଟ୍‌ ଅପଡେଟ୍‌ ଅନୁସାରେ, ବାତ୍ୟା ‘ବିପର୍ଯ୍ୟୟ’ ଏବେ ଗୋଆଠୁ ପ୍ରାୟ ୮୬୦ କି.ମି. ଦୂର ପଶ୍ଚିମ-ଦକ୍ଷିଣ-ପଶ୍ଚିମରେ କେନ୍ଦ୍ରୀଭୂତ ଥିବାବେଳେ ମୁମ୍ବାଇଠୁ ୯୧୦ କି.ମି. ଦକ୍ଷିଣ-ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି। କ୍ରମଶଃ ଏହା ଆହୁରି ଅଧିକ ଘନୀଭୂତ ହୋଇ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁସାରେ, ଏହି ବାତ୍ୟା ମୌସୁମୀ ଉପରେ ପ୍ରଭାବ ପକାଉଛି। 

Advertisment


ପାଣିପାଗ ବିଭାଗର ଚେତାବନୀ...

ଲାକ୍ଷାଦ୍ୱୀପ, କର୍ଣ୍ଣାଟକ, ଗୋଆ ଓ ମହାରାଷ୍ଟ୍ରରେ ବାତ୍ୟା ‘ବିପର୍ଯ୍ୟୟ’ର ପ୍ରଭାବ ଦେଖିବାକୁ ମିଳିପାରେ। ଫଳରେ ଆସନ୍ତା ୫ ଦିନ ପାଇଁ ପ୍ରବଳ ବର୍ଷା ଓ ଜୋରରେ ପବନ ବହିବା ନେଇ ଏହିସବୁ ଅଞ୍ଚଳକୁ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ଆଜି ପବନର ବେଗ ଘଣ୍ଟା ପ୍ରତି ୧୧୫-୧୨୫ କି.ମି. ରହିପାରେ। କ୍ରମଶଃ ଏହା ବୃଦ୍ଧି ପାଇ ସନ୍ଧ୍ୟାରୁ ଘଣ୍ଟା ପ୍ରତି ୧୪୦ କି.ମି. ବେଗରେ ପବନ ବହିପାରେ। କର୍ଣ୍ଣାଟକ, ଗୋଆ ଓ ମହାରାଷ୍ଟ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଜୋରରେ ପବନ ବହିବାର ସମ୍ଭାବନା ରହିଛି।

Advertisment

ଆସନ୍ତାକାଲି ସୁଦ୍ଧା ପବନର ବେଗ ଘଣ୍ଟାପ୍ରତି ୧୩୫-୧୪୫ କି.ମି. ପହଞ୍ଚିପାରେ। ତେବେ ସନ୍ଧ୍ୟା ସୁଦ୍ଧା ଘଣ୍ଟାପ୍ରତି ୧୬୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। ଜୁନ୍‌ ୧୦ରେ ପବନର ବେଗ ବଢ଼ିବା ସହ ଘଣ୍ଟାପ୍ରତି ୧୪୫-୧୫୫ କି.ମି. ରହିପାରେ, କ୍ରମଶଃ ଏହା ଘଣ୍ଟାପ୍ରତି ୧୭୦ କି.ମି. ମଧ୍ୟ ପହଞ୍ଚିପାରେ। 

କେଉଁଠି କରିବ ଲ୍ୟାଣ୍ଡ୍‌ଫଲ୍‌ ? 

ବାତ୍ୟା ‘ବିପର୍ଯ୍ୟୟ’ କେଉଁଠି ଲ୍ୟାଣ୍ଡ୍‌ଫଲ୍‌ କରିବ ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇନଥିବା ବେଳେ ପାକିସ୍ତାନରେ ଏହା ଲ୍ୟାଣ୍ଡ୍‌ଫଲ୍‌ କରିପାରେ ବୋଲି ଆଶଙ୍କା କରାଯାଉଛି। 

Advertisment

ବିପର୍ଯ୍ୟୟ, ଏହା ବାଂଲାଦେଶ ଦ୍ୱାରା ନାମକରଣ କରାଯାଇଛି । ଅନେକ ମଡେଲରେ ଦେଶର ପଶ୍ଚିମ ଉପକୂଳ ଯିବା ନେଇ ସୂଚନା ଦେଉଛି । ସ୍କାଏ ମେଟ୍‌ ସମେତ କିଛି ପାଣିପାଗ ସଂସ୍ଥାର ମଡେଲ ପ୍ରଥମେ ଉତ୍ତର ଓ କ୍ରମଶଃ ରିକର୍ଭ ହୋଇ ଉତ୍ତର-ଉତ୍ତରପୂର୍ବ ଆଡ଼କୁ ଗତି କରି ଓମାନ ଓ ୟେମେନ୍‌କୁ ଯିବାର ସମ୍ଭାବନା ରହିଛି ।  

Cyclone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ