cyclone Biparjoy
ଆରବ ସାଗରରେ ଅତି ଭୀଷଣ ବାତ୍ୟା ରୂପ ନେଲା 'ବିପର୍ଯ୍ୟୟ' । ବର୍ତ୍ତମାନ ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଉପରେ ୫ କିଲୋମିଟର ବେଗରେ ଉତ୍ତର ଆଡ଼କୁ ଗତି କରୁଛି ବାତ୍ୟା । ଅର୍ଥାତ୍ ପୋରବନ୍ଦର ଠାରୁ ଦକ୍ଷିଣ-ପଶ୍ଚିମରେ ୪୮୦ କିମି ଦୂରରେ ରହିଛି ବାତ୍ୟା । ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା ଆହୁରି ତୀବ୍ରତର ହୋଇ ଅତ୍ୟନ୍ତ ଉଗ୍ର ରୂପ ଧାରଣ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କୁହାଯାଇଛି ।
ପାଣିପାଗ ବିଭାଗ ସୂଚନା ଅନୁସାରେ, ସାମୁଦ୍ରିକ ବାତ୍ୟା ଉତ୍ତର ଆଡ଼କୁ ଗତିଶୀଳ ହୋଇ ଜୁନ୍ ୧୫ ତାରିଖ ମଧ୍ୟାହ୍ନ ସୁଦ୍ଧା ପାକିସ୍ତାନର କରାଚୀରେ ଲ୍ୟାଣ୍ଡଫଲ୍ ସମ୍ଭାବନା କରିବାର ସମ୍ଭାବନା ରହିଛି । ହେଲେ ଗୁଜରାଟ ଉପକୂଳରେ ବାତ୍ୟା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ନାହିଁ । ତେବେ ଗୁଜରାଟର ସୌରାଷ୍ଟ୍ର ଓ କଚ୍ ଉପରେ ପ୍ରଭାବ ପକାଇବା ଆଶଙ୍କା ରହିଛି । ଫଳରେ ଏଠାରେ ପ୍ରବଳ ବର୍ଷା ହେବା ସହ ଜୋରରେ ପବନ ବହିବ ।
ପୂର୍ବ-ମଧ୍ୟ ଆରବ ସାଗରରେ ଘୂର୍ଣ୍ଣିବଳୟ ଜାରି ରଖିଥିବାରୁ କରାଚି ପୋର୍ଟ ଟ୍ରଷ୍ଟ (କେପିଟି) ପକ୍ଷରୁ 'ରେଡ୍ ଆଲର୍ଟ' ଜାରି କରିଛି । ଅନ୍ୟପଟେ ବାତ୍ୟା ପ୍ରଭାବରେ ଆରବ ସାଗରରେ ସମୁଦ୍ର ଅଶାନ୍ତ ରହିଛି । ଏଥିସହ ସମୁଦ୍ର ଉପକୂଳରେ ଜୋରରେ ପବନ ବହିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ବାତ୍ୟା ଯୋଗୁଁ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ କେରଳର ୮ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଙ୍ଗ ଏବଂ ମୁମ୍ବାଇ, ରାଇଗଡ଼, ରତ୍ନଗିରି ସମେତ ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686463894.jpg)