Advertisment

ମାଡ଼ି ଆସୁଛି ଅତି ଭୀଷଣ ବାତ୍ୟା ‘ବିପର୍ଯ୍ୟୟ’:୧୫ରେ ଲ୍ୟାଣ୍ଡ୍‌ଫଲ୍‌,୧୫୦ କି.ମି. ବେଗରେ ପବନ ବହିପାରେ..

ଆରବ ସାଗରରେ ବଳ ଗୋଟାଉଛି ବାତ୍ୟା ‘ବିପର୍ଯ୍ୟୟ’। ଆସନ୍ତା ୧୫ ତାରିଖ ଅପରାହ୍ଣରେ ଗୁଜରାଟର ମାଣ୍ଡଭି ଏବଂ ପାକିସ୍ତାନର କରାଚି ମଧ୍ୟରେ ‘ବିପର୍ଯ୍ୟୟ’ ସ୍ଥଳଭାଗ ଛୁଇଁପାରେ।

ଅଦ୍ୟତନ ହୋଇଛି
Cyclone Biparjoy likely to make landfall between Gujarat's Kutch, Pakistan's Karachi on 15 June

Cyclone Biparjoy likely to make landfall between Gujarat's Kutch, Pakistan's Karachi on 15 June

Advertisment

ପୂର୍ବ କେନ୍ଦ୍ର ଆରବ ସାଗରରେ ବଳ ଗୋଟାଉଛି ବାତ୍ୟା ‘ବିପର୍ଯ୍ୟୟ’। ଅତି ଭୀଷଣ ବାତ୍ୟାର ରୂପ ନେଇ ଏହା ଉତ୍ତର ଦିଗରେ ଗତି କରୁଛି। ଆସନ୍ତା ୧୫ ତାରିଖ ଅପରାହ୍ଣରେ ଗୁଜରାଟର ମାଣ୍ଡଭି ଏବଂ ପାକିସ୍ତାନର କରାଚି ମଧ୍ୟରେ ‘ବିପର୍ଯ୍ୟୟ’ ସ୍ଥଳଭାଗ ଛୁଇଁପାରେ। ଏନେଇ ସୌରାଷ୍ଟ୍ର ଓ କଚ୍ଛ ଉପକୂଳ ପାଇଁ ବାତ୍ୟା ସତର୍କତା ସୂଚନା ଜାରି କରାଯାଇଛି। 

Advertisment

ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ବାତ୍ୟା ଲ୍ୟାଣ୍ଡଫଲଲ୍‌ କରିବ। ସ୍ଥଳଭାଗ ଛୁଇଁବା ବେଳେ ବାତ୍ୟା ବ୍ୟାପକ କ୍ଷତି ଘଟାଇପାରେ। ପବନର ବେଗ ଘଣ୍ଟା ପ୍ରତି ସର୍ବାଧିକ ୧୫୦ କି.ମି. ମଧ୍ୟରେ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବାତ୍ୟା ବିପର୍ଯ୍ୟୟ ସମୁଦ୍ର ମଧ୍ୟରେ ଘଣ୍ଟା ପ୍ରତି ୫ କି.ମି. ବେଗରେ ସ୍ଥଳଭାଗ ଆଡକୁ ଗତି କରୁଛି। 

Advertisment

ମୁମ୍ବାଇ ଠାରୁ ଏହା ୫୪୦ କି.ମି. ଦୂରରେ ଥିବାବେଳେ ଗୁଜରାଟର ପୋରବନ୍ଦର ଠାରୁ ୩୭୦ କି.ମି. ଦୂରରେ ବାତ୍ୟା କେନ୍ଦ୍ରୀଭୂତ ରହିଛି। ବାତ୍ୟା ‘ବିପର୍ଯ୍ୟୟ’ ପ୍ରଭାବରେ ଗୁଜରାଟର ଉପକୂଳ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କଚ୍ଛ, ଦ୍ୱାରକା, ପୋରବନ୍ଦର, ଜାମନନଗର, ରାଜକୋଟ, ଜୁନାଗଡ଼, ମୋରବିରେ ଏହାର ପ୍ରଭାବ ଅଧିକ ପଡ଼ିପାରେ। ଏନେଇ ସୌରାଷ୍ଟ୍ର ଏବଂ କଚ୍ଛ ଜିଲ୍ଲା ପାଇଁ ଆଲର୍ଟ ଜାରି କରାଯାଇଛି। ବାତ୍ୟା ପ୍ରଭାବରେ ମୁମ୍ବାଇରେ ଗତ ରାତିରୁ ସମୁଦ୍ରରେ ବଡ଼ ଜୁଆର ଆସୁଥିବା ଦେଖିବାକୁ ମିଳିଛି। 

Cyclone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ