ଆସୁଛି ବାତ୍ୟା !

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି ।

Cyclone Alert

ଆସୁଛି ବାତ୍ୟା । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି । ଗଭୀର ଅବପାତ ଏବେ ପୁରୀଠୁ ୧୧୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଥିବାର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ବର୍ତ୍ତମାନ ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ଗତି କରୁଥିବା ଗଭୀର ଅବପାତ ଅଉ କିଛି ସମୟ ପରେ ବାତ୍ୟାରେ ପରିଣତ ହେବ । ଏହାସହ ଆଜି ସନ୍ଧ୍ୟା ସୁଦ୍ଧା ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବା ସମ୍ଭାବନା ରହିଛି ।

ତେବେ ଓଡ଼ିଶା ଉପରୁ ବାତ୍ୟା ବିପଦ ଟଳିଯାଇଛି । ଆଜି ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହେଲେ ମଧ୍ୟ ସେଇ ରୂପରେ ଉପକୂଳ ଛୁଇଁବାର ସମ୍ଭାବନା ନାହିଁ । ଏମିତିକି ଏହା ଓଡ଼ିଶା କିମ୍ବା ଆନ୍ଧ୍ର ପ୍ରଦେଶ କେଉଁଠି ବି ଲ୍ୟାଣ୍ଡଫଲ କରିବାର ସମ୍ଭାବନା ନାହିଁ ବୋଲି ଆଇଏମ୍‌ଡି ଡିଜି ସ୍ପଷ୍ଟ କରିଛନ୍ତି । ହେଲେ ଏହାର ପ୍ରଭାବରେ ୧୦ ତାରିଖ ସଂଧ୍ୟାରୁ ରାଜ୍ୟର ୫ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।