Advertisment

ଟଳିଲା ବାତ୍ୟା ଭୟ, ଦୁର୍ବଳ ହେଲା ‘ଅସାନି’

ଗତ ୬ ଘଣ୍ଟା ମଧ୍ୟରେ ‘ଅସାନି’ ସ୍ଥିର ଥିବାବେଳେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ଗୋଟିଏ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି।

Cyclone Asani has turned into deep depression

Cyclone Asani has turned into deep depression

Advertisment

ବାତ୍ୟାରୁ ଗଭୀର ଅବପାତରେ ପରିଣତ ହେଲା ‘ଅସାନି’ ା ଘଣ୍ଟାକୁ ୭ କିଲୋମିଟର ବେଗରେ ଆନ୍ଧ୍ରଉପକୂଳ ଦେଇ ଗତି କରୁଛି ‘ଅସାନି’। ଏହା ମଚ୍ଛଲିପଟ୍ଟନମ୍‌ରୁ ନରସପୁର ମଧ୍ୟରେ ଅତିକ୍ରମ କରୁଛି। ଏବେ ଏହା ସମୁଦ୍ର ମଧ୍ୟରେ ହିଁ ରହିବ। ଏହାପରେ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ଏବଂ ବଙ୍ଗୋପସାଗରରେ ହିଁ ଗତି କରିବ। 

Advertisment

ଗତ ୬ ଘଣ୍ଟା ମଧ୍ୟରେ ‘ଅସାନି’ ସ୍ଥିର ଥିବାବେଳେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ଗୋଟିଏ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ‘ଅସାନି’ର ପ୍ରଭାବ ଦେଖିବାକୁ ମିଳିବ। ଗଞ୍ଜାମ, ଗଜପତି, ମାଲକାନଗିରି ସମେତ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ସେପଟେ ବାତ୍ୟା ମୁକାବିଲା ପାଇଁ ୫ ଜିଲ୍ଲାରେ ଅଗ୍ନିଶମ ବିଭାଗର ୧୨ଟି ଟିମ୍ ମୁତୟନ ହୋଇଛନ୍ତି।  

Advertisment

Cyclone Asani Cyclone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ