Advertisment

୯ ତାରିଖରେ ବାତ୍ୟା ! ସବୁ ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଆସନ୍ତା ମେ’ ୯ ତାରିଖ ପାଖାପାଖି ବାତ୍ୟା ସୃଷ୍ଟି ହୋଇପାରେ। ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପ୍ରେସ୍‌ମିଟ୍‌ରେ ଆଜି ଏହି ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
Cyclone Alert In Odisha

Cyclone around May 9 says IMD

Advertisment

ଆସନ୍ତା ମେ’ ୯ ତାରିଖ ପାଖାପାଖି ବାତ୍ୟା ସୃଷ୍ଟି ହୋଇପାରେ। ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପ୍ରେସ୍‌ମିଟ୍‌ରେ ଆଜି ଏହି ସୂଚନା ଦେଇଛନ୍ତି। ପୂର୍ବ ଆକଳନ ଅନୁସାରେ, ୬ ତାରିଖ ପାଖାପାଖି ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭବାନା ରହିଛି। ୬ରେ ସୃଷ୍ଟ ଘୂର୍ଣ୍ଣିବଳୟ ୭ରେ ଲଘୁଚାପର ରୂପ ନେବ। ଲଘୁଚାପଟି କ୍ରମେ ଘନୀଭୂତ ହୋଇ ୮ରେ ଅବପାତର ରୂପ ନେଇପାରେ। 

Advertisment

ଅବପାତର ରୂପ ନେଇ କ୍ରମେ ଏହା ଉତ୍ତର ଦିଗକୁ ଗତି କରିବ। ଏହା ଅଧିକ ଘନୀଭୂତ ହୋଇ ୯ ସୁଦ୍ଧା ବାତ୍ୟା ରୂପ ନେଇପାରେ। ତେବେ ବାତ୍ୟାର ଗତିପଥ ଓ ତୀବ୍ରତା ନେଇ କିଛି ସ୍ପଷ୍ଟ ହୋଇନି। ବାତ୍ୟାଟି କୁଆଡ଼େ ଯିବ, କେତେ ତୀବ୍ରତା ରହିବ ଆକଳନ ହୋଇନି ବୋଲି IMD ଡିଜି ସୂଚନା ଦେଇଛନ୍ତି। ୭ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ଏନେଇ ସ୍ପଷ୍ଟତା ଆସିବ।ତେବେ ୭ରୁ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଯେଉଁମାନେ ସମୁଦ୍ରରେ ଅଛନ୍ତି ସେମାନେ ୭ ସୁଦ୍ଧା ଚାଲି ଆସିବାକୁ ପରାମର୍ଶ ଦିଆଯାଇଛି। 

ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ନେଇ IMD ଡିଜି ପ୍ରତିକ୍ରିୟା ରଖିଛନ୍ତି। IMD ଡିଜି ସୂଚନା ଦେଇଛନ୍ତି, ବାତ୍ୟାଟି କୁଆଡ଼େ ଯିବ, କେତେ ତୀବ୍ରତା ରହିବ ତାହା ଏଯାଏ ଆକଳନ ହୋଇନି। ୭ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ଏନେଇ ସ୍ପଷ୍ଟତା ଆସିବ। ବର୍ତ୍ତମାନ ଓଡ଼ିଶା ପାଇଁ କିଛି ସତର୍କ ସୂଚନା ନାହିଁ। ଓଡ଼ିଶା ଉପକୂଳ ପାଇଁ ବର୍ଷା, ପବନର ସତର୍କ ସୂଚନା ଜାରି କରାଯାଇନି। ତେଣୁ ଲୋକମାନେ ବ୍ୟସ୍ତ ହୁଅନ୍ତୁନି।

Advertisment

ସେପଟେ ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସବୁ ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବା ପାଇଁ କୁହାଯାଇଛି। ଇଭାକୁଏସେନ୍‌ ପ୍ଲାନ୍‌ କରାଯାଇଛି। ପ୍ରତି ଜିଲ୍ଲାରେ କଣ୍ଟ୍ରୋଲ ରୁମ୍‌ ଖୋଲା ଯାଇଛି। ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହି ସୂଚନା ଦେଇଛନ୍ତି। 

Cyclone Cyclone Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ