Advertisment

ଘରେ ନପଶୁଣୁ ମୁଣ୍ଡରେ ବାଜିଲାଣି ଚାଳ! ମୂଳରୁ ମୌସୁମୀ କୋପ ଦେଖାଇନି, କଟକରେ ଜଳବନ୍ଦୀ ସ୍ଥିତି

ସାହି ଗଳିରେ ଲହଡି ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚର ପାଣି। ଅଭିଯୋଗ ହୋଇଛି, ବାରମ୍ବାର ଅଭିଯୋଗ ପରେ ବି କିଛି ଶୁଣୁନି ସିଏମସି।

ଅଦ୍ୟତନ ହୋଇଛି
undefined

Heavy Rains Trigger Water Logging in Cuttack

Advertisment

ଅସରାଏ ବର୍ଷାରେ ଉବୁଟୁବୁ ହଜାରେ ବର୍ଷର ସହର। ନାଳ ପାଣିରେ ବୁଡି ରହିଛି କଟକ ସହରର ତଳି ଅଞ୍ଚଳ। ସାମାନ୍ୟ ମୌସୁମୀ ବର୍ଷାରେ ସ୍ଥିତି ବେହାଲ ହୋଇଯାଇଛି ସିଲଭର ସିଟିର। ଆଜି ଅଳ୍ପ ସମୟ ପାଇଁ ହୋଇଥିବା ବର୍ଷାରେ କଟକ ବାସିନ୍ଦାଙ୍କ ଆଖିରୁ ନିଦ ହଜିଯାଇଛି। ସହରର ମକରବାଗ ଅଂଚଳରେ ଜାଇକା ପକ୍ଷରୁ ଦୀର୍ଘ ଦିନ ହେଲା ଜାରି ରହିଥିବା ବକ୍ସ ଡ୍ରେନ୍ କାମ ଯୋଗୁଁ ଲୋକେ ହଟହଟା ହେଉଛନ୍ତି । ସାହି ଗଳିରେ ଲହଡି ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚର ପାଣି। ଅଭିଯୋଗ ହୋଇଛି, ବାରମ୍ବାର ଅଭିଯୋଗ ପରେ ବି କିଛି ଶୁଣୁନି ସିଏମସି।

Advertisment

ଅଳ୍ପ ବର୍ଷାରେ ଜଳବନ୍ଦୀ ସମସ୍ୟା ଭୋଗୁଥିବା ଏହି ଅଂଚଳ ହେଲା କଟକର ମକରବାଗ ସାହି। ଦୀର୍ଘ ଦିନ ହେଲା ଏଠାରେ ଜାଇକା ପକ୍ଷରୁ ବକ୍ସ ଡ୍ରେନ୍ କାମ ଜାରି ରହିଛି। ସ୍ଥାନୀୟ ଅଂଚଳର ଛୋଟ ଛୋଟ ଡ୍ରେଡ଼ ଗୁଡିକୁ ବନ୍ଦ କରି କାମ ଚାଲିଛି । ଫଳରେ ତଳି ଅଞ୍ଚଳର ନାଳ ପାଣି ନିଷ୍କାସନ ହୋଇପାରୁନାହିଁ । ଆଉ, ବର୍ଷା ହୋଇଗଲେ ସ୍ଥିତି ସଙ୍ଗୀନ ହୋଇପଡୁଛି। ତେବେ ଏହି ସମସ୍ୟା ଆଜିକାର ନୁହେଁ, ବର୍ଷ ବର୍ଷ ଧରି ବକ୍ସ ଡ୍ରେନ୍ କାମ ଜାରି ରହିଛି। ଆଉ ସେବେଠୁ ଅପରିଷ୍କାର ପାଣିରେ ଜୁଝି ହେଉଛନ୍ତି ଅଂଚଳ ବାସିନ୍ଦା। 

ସେପଟେ ବକ୍ସଡ୍ରେନ୍ ପାଇଁ ମକରବାଗ ସାହି ବାସିନ୍ଦା ଭୋଗୁଥିବା ସମସ୍ୟାକୁ ସ୍ୱୀକାର କରିଛନ୍ତି ସିଏମସି ମେୟର। ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିବାକୁ କହିବା ସହ ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ବୋଲି କହିଛନ୍ତି। ସାମାନ୍ୟ ବର୍ଷାରେ କଟକରେ ଏଭଳି ସ୍ଥିତି ଉପୁଜିଥିବା ବେଳେ ଆଗକୁ ବର୍ଷା ଅଧିକା ହେଲେ ପରିସ୍ଥିତି ଜଟିଳ ହେବା ନେଇ ଆଶଙ୍କାକରାଯାଉଛି।

Advertisment
Monsoon Waterlogging
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ