Advertisment

କୂଳ ଲଂଘୁଛି ସମୁଦ୍ର: ଗାଁ ଲୋକଙ୍କୁ ଘାରିଲାଣି ଜୁଆର ମାଡ଼ିଆସିବାର ଭୟ

ନଈ କୂଳରେ ଥିବା ଜଙ୍ଗଲ ଓ ଶହ ଶହ ଏକର ଚାଷଜମିରେ ବି ପାଣି ମାଡ଼ିଯାଇଛି।

Heavy Rainfall

Heavy Rainfall

Advertisment

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ ଲଗାଣ ବର୍ଷା। କେଉଁଠି ଲୋକେ ବର୍ଷାକୁ ଉପଭୋଗ କରୁଛନ୍ତି, ତ ଆଉ କେଉଁଠି ଲୋକେ ଭୋଗିଲେଣି ଜଳବନ୍ଦୀ ସମସ୍ୟା। ଯାଜପୁର ବରୀରେ ନାଳରେ ଭାସିଯାଇ ଜଣେ ମହିଳା ନିଖୋଜ ଥିବା ବେଳେ, ବହୁ ସମୁଦ୍ରକୂଳିଆ ଗାଁକୁ ଘାରିଲାଣି ଜୁଆର ମାଡ଼ି ଆସିବାର ଭୟ। ତେବେ ପାଣିପାଗ ବିଭାଗ କହିଛି ଆସନ୍ତାକାଲି ବି ଅଧିକାଂଶ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ବର୍ଷା ହେବା ପରେ, ଏହାର ପରିମାଣ ଧିରେ ଧିରେ କମିବ।

Advertisment

କାହା ଦେହରେ ରେନକୋଟ, ତ କାହା ହାତରେ ଛତା। ସକାଳୁ ସକାଳୁ ଝିପି ଝିପି ବର୍ଷାରେ ଭିଜି, ଅଳସ ଭାଙ୍ଗିଛି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହର। କେତେବେଳେ ତୁହାକୁ ତୁହା, ତ ଆଉ କେତେବେଳେ ଅବିଶ୍ରାନ୍ତ  ଲଘୁଚାପ ପ୍ରଭାବରେ ଆଜି ବି ରାଜ୍ୟର ଅଧିକାଂଶ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇଥିବା ବେଳେ, ଗୋଟିଏ ୨ଟି ସ୍ଥାନରେ ପ୍ରବଳ ବର୍ଷିଛି। 

ପାଣିପାଗ ବିଭାଗ ସୂଚନା ଅନୁସାରେ, ବରଗଡ଼ରେ ସର୍ବାଧିକ ୧୦୩.୨ ମିଲିମିଟର ବର୍ଷା ହୋଇଥିବା ବେଳେ, ଭୁବନେଶ୍ୱରରେ ବର୍ଷିଛି ୪୯.୧ ମିଲିମିଟର। ତେଣେ ଲଗାଣ ବର୍ଷା ଫଳରେ କଟକର ବାଦାମବାଡ଼ି ବସ୍‌ଷ୍ଟାଣ୍ଡ ଓ ଆଖପାଖ କଲୋନୀ ରାସ୍ତାରେ ପାଣି ଜମା ହୋଇଛି। ଫଳରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକ। ସେପଟେ ଯାଜପୁର ଜିଲ୍ଲା ବରି ଏରଡ଼ା ଗାଁରେ ଘଟିଛି ଅଘଟଣ।  ଚିଙ୍ଗୁଡ଼ିଆ ନାଳରେ ଭାସିଯାଇ ସ୍ଥାନୀୟ ମହିଳା ମିନୁ ମଲ୍ଲିକଙ୍କ ପତ୍ତା ମିଳୁନି।

Advertisment

ବହୁ ସମୁଦ୍ରକୂଳିଆ ଅଞ୍ଚଳ ଉପରେ ବି ପଡ଼ିଛି ଲଘୁଚାପ ବର୍ଷା ଓ ଅଶାନ୍ତ ସମୁଦ୍ରର ପ୍ରଭାବ। କୋଣାର୍କ-ପୁରୀ ମେରାଇନ୍ ଡ୍ରାଇଭରେ  ପ୍ରଥମ ଥର ପାଇଁ ଜୁଆର ଏହି ବେଳାମାର୍ଗକୁ ଖାଇବାକୁ ବସିଲାଣି। ତେଣେ ଅସ୍ତରଙ୍ଗ କେଉଟଜଙ୍ଗା ନିକଟସ୍ଥ କେଳୁଣୀ ମୁହାଣରେ ୧୦ ମାସ ହେଲା ବନ୍ଦ ପଡ଼ିଥିବା ମୁହାଣ ଖୋଲିଯାଇଛି। ସମୁଦ୍ର ଜଳ ୧ କିଲୋମିଟର ବେଳାଭୂମି ଡେଇଁ ଲୁଣାବନ୍ଧ ପ୍ରତି ବିପଦ ସୃଷ୍ଟି କରିଛି। ନଈ କୂଳରେ ଥିବା ଜଙ୍ଗଲ ଓ ଶହ ଶହ ଏକର ଚାଷଜମିରେ ବି ପାଣି ମାଡ଼ିଯାଇଛି।

ବାଲେଶ୍ୱର ଜିଲ୍ଲା ସଦର ବ୍ଲକ୍ ସାର୍ଥା ଓ ଭୋଗରାଇ ବ୍ଲକ୍ ତାଳସାରୀରେ ୨ ଦିନ ଧରି ସମୁଦ୍ର କୂଳ ଲଂଘିବା ଫଳରେ, ଆଖପାଖ ଗାଁ ଓ ଜନବସତି ଜଳାର୍ଣ୍ଣବ ହୋଇଛି। ଗଞ୍ଜାମ ଆର୍ଯ୍ୟପଲ୍ଲୀ ଗାଁଠୁ ସମୁଦ୍ର ମାତ୍ର ୨୦ ମିଟର ଦୂରରେ ଥିବାରୁ ଲୋକଙ୍କ ମଧ୍ୟରେ କୋକୂଆ ଭୟ ଖେଳିଯାଇଛି। ବାଲି ଅତଡ଼ା ଖସିବା ସହ ମୋରମ୍ ରୋଡ୍ ଧୋଇଯାଇଥିବା ବେଳେ, ଏହି ଗାଁ ବି ପୋଡ଼ମପେଟା ଓ ରାମେୟାପାଟଣା ଭଳି ସାଗରରେ ଲୀନ ହେବାର ଆଶଙ୍କା ଉପୁଜିଛି।

Advertisment

ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗ ନିର୍ଦ୍ଦେଶକ କହିଛନ୍ତି, ଚଳିତ ସିଜିନ୍‌ରେ ଅର୍ଥାତ୍ ଜୁନ୍ ୧ରୁ ୧୬ ଜୁଲାଇ ଭିତରେ ୩୭୪.୭ ମିଲିମିଟର ବର୍ଷା ହୋଇଛି, ଯାହାକି ସ୍ବାଭାବିକ ଠାରୁ ୧ ପ୍ରତିଶତ ଅଧିକ। ୨୧ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ୫ଟିରେ ସ୍ବାଭାବିକଠୁ ଅଧିକ ଏବଂ ୪ଟି ଜିଲ୍ଲାରେ କମ୍ ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟାରେ ସବୁ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଏବଂ କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଆସନ୍ତାକାଲି ଯାଏଁ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବୌଦ୍ଧ, ସୋନପୁର, ବରଗଡ଼, ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ତେବେ କାଲି ପରଠୁ ବର୍ଷା କମିବ। 
ବାଇଟ- ଏଚ୍.ଅାର୍.ବିଶ୍ୱାସ
ବୁ୍ୟରୋ ରିପୋର୍ଟ, ଓଟିଭି 
ଲଘୁଚାପ ପ୍ରଭାବରେ ଅବିଶ୍ରାନ୍ତ ବର୍ଷା
ଯାଜପୁର ବରୀରେ ନାଳରେ ଭାସି ମହିଳା ନିଖୋଜ
ବାଲେଶ୍ୱର, ପୁରୀ ଓ ଗଞ୍ଜାମରେ ଅାସନ୍ତାକାଲିି ବି ସ୍ବଳ୍ପରୁ ମଧ୍ୟମ ବର୍ଷା ଅାକଳନ--------------

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ