Advertisment

ବାତ୍ୟାକୁ ନେଇ ବଡ଼ ସୂଚନା ଦେଲେ IMD ଡିଜି

ଏପର୍ଯ୍ୟନ୍ତ ବାତ୍ୟା ନେଇ କୌଣସି ପ୍ରକାର ଆକଳନ କରାଯାଇ ନାହିଁ। ଲଘୁଚାପ କ୍ଷେତ୍ର ହେଲା ପରେ ଏନେଇ ସଠିକ ଆକଳନ କରିହେବ।

ଅଦ୍ୟତନ ହୋଇଛି
Conditions Favourable For Cyclone Says IMD DG

Conditions Favourable For Cyclone Says IMD DG

Advertisment

ପ୍ରାକ୍ ମୌସୁମୀ ପରିବେଶ ବାତ୍ୟା ପାଇଁ ଅନୁକୂଳ ରହିଛି। ଲଘୁଚାପ କ୍ଷେତ୍ର ହେଲା ପରେ ଏନେଇ ସଠିକ ଆକଳନ କରିହେବ। ଏନେଇ ଭାରତୀୟ ପାଣିପାଗ ବିଭାଗ(IMD) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ସୂଚନା ଦେଇ IMD ଡିଜି କହିଛନ୍ତି, ଆଣ୍ଡାମାନ ସାଗରରେ ଆଜି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୬ ତାରିଖ ସୁଦ୍ଧା ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବ। କାଳକ୍ରମେ ଏହା ଉତ୍ତର ପଶ୍ଚିମକୁ ଗତି କରି ଅବପାତରେ ପରିଣତ ହେବ।

Advertisment

ତେବେ ଏପର୍ଯ୍ୟନ୍ତ ବାତ୍ୟା ନେଇ କୌଣସି ପ୍ରକାର ଆକଳନ କରାଯାଇ ନାହିଁ। ଲଘୁଚାପ କ୍ଷେତ୍ର ହେଲା ପରେ ଏନେଇ ସଠିକ ଆକଳନ କରିହେବ। ତୀବ୍ରତା ଓ କେଉଁଠି ଲ୍ୟାଣ୍ଡଫଲ୍ କରିବ, ଲଘୁଚାପ ହେଲେ ଜଣାପଡ଼ିବ ବୋଲି ଆଇଏମ୍‌ଡି ଡିଜି କହିଛନ୍ତି। 

IMD ଡିଜି ଆହୁରି କହିଛନ୍ତି, ‘ପ୍ରାକ୍ ମୌସୁମୀ ପରିବେଶ ବାତ୍ୟା ପାଇଁ ଅନୁକୂଳ ରହିଛି। ଆମେ ଏହା ଉପରେ ନିରନ୍ତର ଅନୁଧ୍ୟାନ କରୁଛୁ। ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ସଠିକ ଆକଳନ କରାଯାଇପାରିବ। ବାତ୍ୟା ଓଡ଼ିଶା ଉପକୂଳକୁ ଆସିବ କି ନାହିଁ, ସେନେଇ ପୂର୍ବାନୁମାନ କରାଯାଇ ନାହିଁ ’।

Advertisment
Cyclone Cyclone Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ