Advertisment

ପ୍ରବଳ ଜାଡରେ ଥରୁଛି ଓଡ଼ିଶା : ଦାରିଙ୍ଗବାଡ଼ିରେ ତୁଷାରପାତ

ପାରଦ ତଳମୁହାଁ ହେବା ପରେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପ୍ରବଳ ଜାଡ଼ ଅନୁଭୂତ ହେବା ସହ ତୁଷାରପାତ ହୋଇଛି । ପ୍ରବଳ ଥଣ୍ଡାର ପ୍ରକୋପ ଯୋଗୁ ଲୋକେ ଘରୁ ମଧ୍ୟ ବାହାରିବା ମଧ୍ୟ ମୁସ୍କିଲ ହେଇଗଲାଣି।

ଅଦ୍ୟତନ ହୋଇଛି
undefined

WINTER

Advertisment

ଭୁବନେଶ୍ୱର: ଶୀତରେ ଥରୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତର ସବୁଠି ଥରାଉଛି କୋହଲା ପବନ। ଆଗାମୀ ଦୁଇରୁ ତିନି ଯାଏଁ ରାଜ୍ୟରେ କିଛି ଜିଲ୍ଲାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୪ରୁ ୬ ଡିଗ୍ରୀ ତଳେ ରହିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ଶୀତ ବଢିବାକୁ ଥିବାରୁ ୪ଟି ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହି ୪ ଜିଲ୍ଲା ହେଉଛି ସୁନ୍ଦରଗଡ, ଝାରସୁଗୁଡା,ବରଗଡ ଏବଂ କନ୍ଧମାଳ ଅର୍ଥାତ ଏହି ସବୁ ଜିଲାର ସ୍ଥାନେ ସ୍ଥାନେ ତୀବ୍ର ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି। ସେହିପରି କାଲି ପାଇଁ ୧୭ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି।

Advertisment

ଏପଟେ, ପାରଦ ତଳମୁହାଁ ହେବା ପରେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପ୍ରବଳ ଜାଡ଼ ଅନୁଭୂତ ହେବା ସହ ତୁଷାରପାତ ହୋଇଛି । ପ୍ରବଳ ଥଣ୍ଡାର ପ୍ରକୋପ ଯୋଗୁ ଲୋକେ ଘରୁ ମଧ୍ୟ ବାହାରିବା ମଧ୍ୟ ମୁସ୍କିଲ ହେଇଗଲାଣି। ଅସହ୍ୟ ଜାଡ଼ ଲୋକଙ୍କୁ ଅସ୍ତବ୍ୟସ୍ତ କରିବା ସହ ସାଧାରଣ ଜୀବନ ଯାତ୍ରା ବେଶ ପ୍ରଭାବିତ ହୋଇଛି। ଦାରିଙ୍ଗ ବାଡ଼ିର ବିଭିନ୍ନ ସ୍ଥାନରେ ଆଜି ତୁଷାର ପାତ ହୋଇଛି । ଅସହ୍ୟ ଜାଡ଼ ସ୍ଥାନୀୟ ଲୋକଙ୍କୁ ଅଧିକ କଷ୍ଟ ଦେଉଥିବା ବେଳେ ତୁଷାରପାତ ଦେଖି ଟୁରିଷ୍ଟ ଏହାର ମଜା ଉଠାଉଛନ୍ତି।

ସେପଟେ ସୁନ୍ଦରଗଡ଼ରେ କୋଇଡ଼ାରେ ଲଗାତର ଦ୍ୱିତୀୟ ଦିନ ପାଇଁ ତୁଷାରପତା ହୋଇଛି। ରାସ୍ତାଘାଟ, ଘର ଛପର ଚାରିଆଡ଼େ ତୁଷାର ପଡ଼ିଥିବା ଦେଖିବାକୁ ମିଳିଛି। ଏହାସହ ଦୁଇ ଦିନ ହେଲା ପାରଦ ୪ ଡିଗ୍ରୀ ତଳେ ରହିଛି। ପ୍ରବଳ ଥଣ୍ଡା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାତି ୮ଟା ପରେ ରାସ୍ତାଘାଟ ଶୂନଶାନ ହୋଇଯାଉଛି। ସେହିପରି ସକାଳୁ ସକାଳୁ ଲୋକେ ଉଠି ନିଆଁ ପୁଉଁଥିବା ମଧ୍ୟ ଦେଖିବାକୁ ମିଳିଛି। ଏମିତିକି ଦିନ ୯ଟା ନ ହେବା ଯାଏ ଲୋକେ ଘରୁ ବାହାରୁ ନାହାନ୍ତି।

Advertisment

ଏପଟେ କଳାହାଣ୍ଡି ଜିଲ୍ଲାରେ ହାଡଭଙ୍ଗା ଶୀତ ଯୋଗୁଁ ଚାଷୀଙ୍କ ନାହିଁନଥିବା କଷ୍ଟ ଭୋଗୁଛନ୍ତି। ଟୋକନ ପାଇ ମଣ୍ଡିକୁ ଧାନ ଆଣିଛି ଚାଷୀ । ହେଲେ ସରକାରୀ ଷ୍ଟୋରେଜ ଅଭାବରୁ ମଣ୍ଡିରୁ ମିଲର୍ସଙ୍କ ଧାନ ଉଠାଣକୁ କେବଳ ଭରସା କରିଛନ୍ତି। ମିଲର୍ସ ଗାଡି ମଣ୍ଡିକୁ ଆସିଲେ ଧାନ ଉଠୁଛି ନହେଲେ ଦିନଦିନ ଧରି ମଣ୍ଡିରେ ପ୍ରବଳ ଥଣ୍ଡାରେ ଧାନକୁ ଜଗିଛି ଚାଷୀ। ଜିଲ୍ଲାର ଅଧିକାଂଶ ମଣ୍ଡିରେ ଏହି ସମସ୍ୟା ଲାଗିରହିଛି। ତେବେ ଧାନବିକ୍ରୀ ସମସ୍ୟା ସହିତ ଚାଷୀଙ୍କୁ କନ୍ଦାଉଛି ଥଣ୍ଡା। ଦିନବେଳେ ତ ଚଳିଯାଉଛି ଆଉ ରାତି ହେଲେ ପ୍ରବଳ ଥଣ୍ଡା ଯୋଗୁଁ ତ୍ରାହିତ୍ରାହି ଡାକୁଛି ଚାଷୀ।

Winter Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ