ଆଜିଠୁ ଆହୁରି ବଢିବ ଥଣ୍ଡା : ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବ

ବଢ଼ିବ ଥଣ୍ଡା । ସକାଳୁ ଯିବାଆସିବା କରିବା କଷ୍ଟକର ହୋଇପଡ଼ିବ । ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଆଜି ଠାରୁ ଆହୁରି ତଳକୁ ଖସିବା ସହ ଶୀତର ପ୍ରକୋପ ବଢ଼ିବ।

ଥରିବ ଓଡ଼ିଶା

News Summary

ପାଣିପାଗ ବିଭାଗର ପୂର୍ବାନୁମାନ

ଓଡ଼ିଶାକୁ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହିତ

ଭୁବନେଶ୍ୱର : ଆଜି ଠାରୁ ବଢିବ ଥଣ୍ଡା । ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବ । ଫଳରେ ଆସନ୍ତା ୫ ଦିନ ଯାଏଁ ଜାଡ଼ ମାଡ଼ରେ ଜଡ଼ସଡ଼ ହେବ ସାରା ଓଡ଼ିଶା । ଓଡ଼ିଶାକୁ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁ ପ୍ରବାହିତ ହେଉଥିବାରୁ ଏଭଳି ସ୍ଥିତି ଲାଗିରହିବ ବୋଲି ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି । ଗତକାଲି ୨୨ଟି ସ୍ଥାନରେ ୧୫ ଡିଗ୍ରୀ ତଳେ ଥିଲା ପାରଦ ସବୁଠାରୁ କମ୍ ତାପମାତ୍ରା ରେକର୍ଡ ହୋଇଥିଲା । କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିରେ ଏଠାରେ ରାତିର ତାପମାତ୍ରା ୭ ଡିଗ୍ରୀକୁ ଖସି ଆସିଥିଲା ।

ସକାଳୁ ସକାଳୁ ପାରଦ ଖସିଯାଉଥିବା କାରଣରୁ ଅସମ୍ଭାଳ ଜାଡରେ ଥରୁଛନ୍ତି ଲେ।କେ । ଶୀତ ବଢୁଥିବାରୁ ସହର ମଧ୍ୟରେ ଯାତାୟତ ବି ଅନେକ ସ୍ଥାନରେ ବାଧାପ୍ରାପ୍ତ ହେ।ଇଛି । ଶୀତ ବଢୁଥିବାରୁ ରାସ୍ତା କଡରେ ଓ ଚା ଦୋକାନରେ ଲୋକଙ୍କ ଭିଡ ଜମୁଥିବା ଦେଖାଯାଉଛି । ଶୀତରୁ ରକ୍ଷା ପାଇବାକୁ ଲୋକେ ନିଆଁ ପୁଇଁ ବସୁଥିବା ଦେଖିବାକୁ ମିଳିଛି । ‌ସନ୍ଧ୍ୟା ହେବାମାତ୍ରେ ସହର ବଜାର ଶୂନଶାନ୍ ହୋଇଯାଉଛି । ଆସନ୍ତା ୨ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ । ହାଡ଼ ଭଙ୍ଗା ଜାଡ଼ ଅଧିକ ଥରାଇବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ସେପଟେ ଶୀତ ବସ୍ତ୍ର ବଜାରରେ ବିକ୍ରିବଟା ଆରମ୍ଭ ହୋଇଯାଇଛି । ମୋଜା, ସ୍ୱେଟର୍ ଓ ମଫଲର୍ ଭଳିକି ଭଳି ଟୋପି, ଜ୍ୟାକେଟ, ଚାଦର ଓ କମ୍ବଳ ଆଉ ତା ସାଙ୍ଗକୁ ଷ୍ଟାଇଲିସ୍ ହ୍ୟାଣ୍ଡଗ୍ଲୋବ୍ସ । ରାଜ୍ୟର ବିଭିନ୍ନ ସ୍ଥାନରେ ଏମିତି ଆକର୍ଷଣୀୟ ଶୀତ ବସ୍ତ୍ର ନେବାକୁ ଗ୍ରାହକଙ୍କ ଚାହିଦା ବଢୁଛି ।