ଜାଡ଼ରେ ଥରୁଛି ରାଜ୍ୟ : ସୁନ୍ଦରଗଡ଼ କୋଇଡା ବ୍ଲକ ଅଞ୍ଚଳରେ ତୁଷାରପାତ

ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକର ଟେନସା, କୋଇଡା ଓ କଲମଙ୍ଗ ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳିଛି । ଖୋଲାପଡ଼ିଆ ଓ ଗାଡି ଉପରେ ବରଫର ଏକ ଚାଦର ଦେଖିବାକୁ ମିଳିଛି ।

କୋଇଡା ବ୍ଲକରେ ତୁଷାର ପାତ

News Summary

ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ଶୁଖିଲା ପାଗ ସହ ଶୀତ

ରାଜ୍ୟରେ କିଛି ସ୍ଥାନରେ ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ପାରଦ

ଭୁବନେଶ୍ୱର : ଜାଡ଼ରେ ଥରୁଛି ସାରା ରାଜ୍ୟ । ଉପକୂଳରୁ ଆଭ୍ୟନ୍ତର ସବୁଠି କୋହଲା ପବନ ସାଙ୍ଗକୁ ତଳମୁହାଁ ପାରଦ । ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ଶୁଖିଲା ପାଗ ସହ ଶୀତ ଅନୁଭୂତ ହେବ । ଆହୁରୀ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିବା ସଂଭାବନା ରହିଛି । ଗତକାଲି ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା ସହର ଭାବେ ଗଣାଯାଇଥିଲା ।

ଏପଟେ ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକର ଟେନସା, କୋଇଡା ଓ କଲମଙ୍ଗ ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳିଛି । ଚଳିତ ବର୍ଷ ଓଡ଼ିଶାର କୋଇଡା ବ୍ଳକରେ ପ୍ରଥମେ ତୁଷାର ପାତ ଦେଖିବାକୁ ମିଳିଛି । ଖୋଲାପଡ଼ିଆ ଓ ଗାଡି ଉପରେ ବରଫର ଏକ ଚାଦର ଦେଖିବାକୁ ମିଳିଛି । ସେଠାରେ ରାତି ତାପମାତ୍ରା ୭ ଡିଗ୍ରୀ ତଳେ ରହୁଥିବାରୁ ଜନ ଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି ।

ସେହିପରି ଦାରିଙ୍ଗିବାଡ଼ିରେ ପ୍ରବଳ ଶୀତ ଅନୁଭୂତ ହେଉଛି । ତାପମାତ୍ରା ସର୍ବନିମ୍ନ ସ୍ତରକୁ ଖଶି ଆସିବା ସହ ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଛି । ଘର ଛପର, ରାସ୍ତା ଘାଟ ଚାରିଆଡ଼େ ତୁଷାରପାତ ଦେଖିବାକୁ ମିଳିଛି । ପାହାନ୍ତିଆରେ ଲୋକମାନେ ପଦାରେ ବୁଲି ତୁାଷାରପାତର ମଜା ନେଇଛନ୍ତି ।

ଗତକାଲି ତଳମୁହାଁ ପାରଦ ସାଙ୍ଗକୁ ୯ଟି ସ୍ଥାନରେ ୧୨ ଡିଗ୍ରୀ ତଳେ ରହିଥିଲା ରାତି ତାପମାତ୍ରା । ୮.୫ ଡିଗ୍ରୀ ସହ ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା ସହର ଥିବା ବେଳେ ବଲାଙ୍ଗିରରେ ତାପମାତ୍ରା ରେକର୍ଡ ହୋଇଛି ୯ଡିଗ୍ରୀ । ସେହିପରି ରାଜଧାନୀ ଭୁବନେଶ୍ୱରରେ ୧୫.୧ ଡିଗ୍ରୀ ଓ କଟକରେ ୧୫ ଡିଗ୍ରୀ ସେଲସିୟସ ରାତି ତାପମାତ୍ରା ରେକର୍ଡ ହୋଇଛି ।

ସେହିପରି ଆସନ୍ତା ୨ ଦିନରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିବା ସଂଭାବନା ରହିଛି । ଗତକାଲି ଫୁଲବାଣୀ ଓ ମାଲକାନଗିରିରେ ଘନକୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ଭବାନୀପାଟଣା ଓ କୋରାପୁଟରେ ମଧ୍ୟମଧରଣର କୁକୁଡ଼ି ଦେଖିବାକୁ ମିଳିଥିଲା ।