Advertisment

କମୁଛି ରାତିର ତାପମାତ୍ରା : ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଜାଡ଼….

ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ଡା...ଅସ୍ତବ୍ୟସ୍ତ ସାଧାରଣ ଜନଜୀବନ... ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଯୋଗୁ କମିଲା ଭିଜିବିଲିଟି ...

ଅଦ୍ୟତନ ହୋଇଛି
Cold wave

Cold wave

Advertisment

ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ଡା। ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଜାଡ଼ରେ ଅସ୍ତବ୍ୟସ୍ତ ସାଧାରଣ ଜନଜୀବନ। ତେବେ ସୁନ୍ଦରଗଡ଼ ଜିଲ୍ଲା ପାହାଡିଆ ଓ ଖଣି ଖାଦାନ ଭରା ହୋଇଥିବାରୁ ଶୀତ ଅଧିକ ଅନୁଭୂତ ହେଉଛି। ଜିଲ୍ଲାରେ ଗତ ଚାରି ପାଞ୍ଚ ଦିନ ହେବ ପ୍ରବଳ ଥଣ୍ଡା ପଡ଼ିଛି । ସକାଳ ୮ଟା ଯାଏଁ କୁହୁଡି ପଡୁଛି। ଶୀତୁଆ ସକାଳରେ ଲୋକେ ମର୍ଣିଂ ୱାକ୍ କରି ନିଜକୁ ଫିଟ୍ ରଖିବା ପାଇଁ ଚେଷ୍ଟା କରୁଛନ୍ତି ।

Advertisment

ସେପଟେ ଘନ କୁହୁଡି ବଳୟରେ ବଣାଇ। ୧୦ ମିଟର ପର୍ଯ୍ୟନ୍ତ ଦେଖାଯାଉନି ରାସ୍ତା । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଂଚଳରେ ଦେଖାଦେଇଛି ଘନ କୁହୁଡି । ଏପରି ଘନ କୁହୁଡି ଯୋଗୁଁ ୧୦ ମିଟର ପର୍ଯ୍ୟନ୍ତ ରାସ୍ତା ଦେଖାଯାଉନାହିଁ । ସତେ ଯେପରି ଧଳା ଚାଦର ଆସ୍ତରଣରେ ଢାଙ୍କି ହୋଇପଡିଛି ବଣାଇ ଅଂଚଳ ।

ସେହିପରି ଚାରିଦିନ ହେଲାଣି ସୁବର୍ଣ୍ଣପୁର ଜିଲ୍ଲାରେ ଜାଡ ଶୀତ ଅନୁଭୁତ ହେଉଛି । ସକାଳେ କୁହୁଡିର ଧଳା ଚାଦରରେ ଢାକିଂ ହୋଇଯାଉଛି
ରାସ୍ତାଘାଟ । ବର୍ଷା ଛାଡିଲା ପରେ ଜାଡ ଶୀତ ଯୋଗୁଁ ସାଧାରଣଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

Advertisment

Cold Wave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ