Advertisment

ଅସହ୍ୟ ଗ୍ରୀଷ୍ମରେ କାଳବୈଶାଖୀର ସମ୍ଭାବନା; ମିଳିବ କି ତାତିରୁ ତ୍ରାହି ?

କିଛି ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଅଦ୍ୟତନ ହୋଇଛି
Weather Update

Weather Update

Advertisment

ବଢ଼ୁଛି ଗ୍ରୀଷ୍ମ ପ୍ରଭାବ । ଏହାର ପ୍ରଭାବରେ ଅସହ୍ୟ ତାତିରେ ଆଉଟୁ ପାଉଟୁ ହେଉଛି ସାରା ଓଡ଼ିଶା । ଆସନ୍ତା ତିନି ଚାରି ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଦିନର ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୪ଡିଗ୍ରୀ ଯାଏଁ ବୃଦ୍ଧି ପାଇବା ସମ୍ଭାବନା ରହିଛି । ଏହି ସମୟରେ କିଛି ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ଥିବା ମଧ୍ୟ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

ଫଳରେ କାଳବୈଶାଖୀ ପ୍ରଭାବରେ ଆଜି ଭୋର ସମୟରେ ଉପକୂଳରେ କାଉଁଳିଆ ପାଗ ସମେତ କିଛି ଅଞ୍ଚଳରେ ଝିପି ଝିପି ବର୍ଷା ଲାଗି ରହିଛି ।

Advertisment

ଗତକାଲି ସୋନପୁରରେ ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିଲା । ସୋନପୁରରେ ପାରଦ ୪୪.୨ ଡିଗ୍ରୀ ସେଲସିୟସ ରହିଥିଲା । ସେହିପରି ହୀରାକୁଦ ଏବଂ ଝାରସୁଗୁଡାରେ ୪୪ ଡିଗ୍ରୀ , ବରଗଡ ୪୩.୫ ଏବଂ ବଲାଙ୍ଗୀରରେ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ ହୋଇଛି ।

ଗତକାଲି ରାଜ୍ୟର ୫ଟି ସହରର ତାପମାତ୍ରା ୪୩ ଉପରେ ରହିଥିବା ବେଳେ ୧୮ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଛି ।

Advertisment
Weather Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ