Advertisment

୨୦୫୦ ବେଳକୁ ବିଶ୍ୱର ୨୧ କୋଟି ଲୋକ ହରାଇବେ ବାସସ୍ଥାନ

ଜଳବାୟୁ ପରିବର୍ତ୍ତନରୂ ପ୍ରଭାବରେ ମହାସାଗରର ଜଳସ୍ତର ବୃଦ୍ଧି ପାଇବା ମାନବସମାଜ ପାଇଁ ସବୁଠାରୁ ବଡ ବିପଦକୁ ଆମନ୍ତ୍ରଣ କରୁଛି। ମହାସାଗର ଜଳସ୍ତର ବୃଦ୍ଧି ପାଇବା ଫଳରେ ଉପକୂଳ ସହର ସବୁ ବୁଡିଯିବାର ଆଶଙ୍କା ରହିଛି। ଖାଲି ସେତିକି ନୁହେଁ, ଅନେକ ଲୋକ ବାସହରା ହେବେ। ନିଜ ଘର ଛାଡ଼ି ବିସ୍ଥାପିତ ହେବେ।

ଅଦ୍ୟତନ ହୋଇଛି
climate change report by world bank

climate change report by world bank

Advertisment

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନରୂ ପ୍ରଭାବରେ ମହାସାଗରର ଜଳସ୍ତର ବୃଦ୍ଧି ପାଇବା ମାନବସମାଜ ପାଇଁ ସବୁଠାରୁ ବଡ ବିପଦକୁ ଆମନ୍ତ୍ରଣ କରୁଛି। ମହାସାଗର ଜଳସ୍ତର ବୃଦ୍ଧି ପାଇବା ଫଳରେ ଉପକୂଳ ସହର ସବୁ ବୁଡିଯିବାର ଆଶଙ୍କା ରହିଛି। ଖାଲି ସେତିକି ନୁହେଁ, ଅନେକ ଲୋକ ବାସହରା ହେବେ। ନିଜ ଘର ଛାଡ଼ି ବିସ୍ଥାପିତ ହେବେ। ଜଳାଭାବ ଦେଖାଯିବା ସହ କୃଷି ଉତ୍ପାଦନ ହ୍ରାସ ପାଇବ। ବିଶ୍ୱ ବ୍ୟାଙ୍କର ଏକ ରିପୋର୍ଟରେ ଏପରି ଚେତାବନୀ ଦିଆଯାଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ୨୦୫୦ ବେଳେକୁ ପ୍ରାୟ ୨୧.୬ କୋଟି ଲୋକଙ୍କୁ ନିଜ ଦେଶରେ ବିସ୍ଥାପିତ ହେବାକୁ ପଡ଼ିବ। 

Advertisment

ଏହି ରିପୋର୍ଟ ୨୦୧୮ର ବିଶ୍ୱବ୍ୟାଙ୍କ ରିପୋର୍ଟର ଆଧାରରେ ପ୍ରକାଶ କରାଯାଇଛି। ଏଥିରେ ପୂର୍ବ ୟୁରୋପ, ମଧ୍ୟ ଏସିଆ, ଉତ୍ତର ଆଫ୍ରିକା, ପୂର୍ବ ଏଶିଆ ଏବଂ ପେସିଫିକ ଇଲାକାକୁ ସାମିଲ କରାଯାଇଛି। ବିଶ୍ୱ ତାପନ ବୃଦ୍ଧି ମାନବସମାଜରେ କ’ଣ ପ୍ରଭାବ ପକାଇବ ସେ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। 

Advertisment

ରିପୋର୍ଟରେ କୁହାଯାଇଛି, ଜଳବାୟୁ ପରିବର୍ତ୍ତନ ବିସ୍ଥାପନର ବଡ କାରଣ ହେବାକୁ ଯାଉଛି। ମହାସାଗରର  ଜଳସ୍ତର ବୃଦ୍ଧି ସାଙ୍ଗକୁ ଜଳାଭାବ, ଖାଦ୍ୟାଭାବ ଯୋଗୁ  ଏପରି ସ୍ଥିତି ଦେଖା ଦେବ। ବିଶ୍ୱବ୍ୟାଙ୍କ ପକ୍ଷରୁ ଆହୁରି କୁହାଯାଇଛି, ଯଦି ଠିକ୍‌ ସମୟରେ ଉପଯୁକ୍ତ ପଦକ୍ଷେପ ନିଆ ନ ଯିବ ତେବେ ବିସ୍ଥାପନର ହଟସ୍ପଟ ପାଲଟିଯିବ। ଏପରିକି ଗୋଟିଏ ଦଶକ ପରେ ଏହି ସ୍ଥିତି ସାମ୍ନାକୁ ଆସିବ ଏବଂ ୨୦୫୦ ବେଳକୁ ତାହା ସାଂଘାତିକ ରୂପ ନେବ। 

ବିଶ୍ୱବ୍ୟାଙ୍କ ୨୦୧୮ର ରିପୋର୍ଟରେ ବିଶେଷଜ୍ଞମାନେ କହିଥିଲେ ଯେ, ଦକ୍ଷିଣ ଏସିଆ, ଲାଟିନ୍‌, ଆମେରିକା, ଉପସହାରା ଆଫ୍ରିକାରେ ଜଳବାୟୁ ପରିବର୍ତ୍ତନ ଯୋଗୁ ହେବାକୁ ଥିବା ବିସ୍ଥାପନ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ରିପୋର୍ଟରେ କୁହାଯାଇଛି, ୨୦୫୦ରେ ଏହି ଇଲାକାରେ ପାଖାପାଖି୧୪.୩ କୋଟି ଲୋକ ବିସ୍ଥାପିତ ହେବେ। ବିଶେଷଜ୍ଞମାନେ ଏବେ ଏହି ଆକଳନର ଅପଡେଟ କରିଛନ୍ତି।

Advertisment

ବିଶ୍ୱବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ଆକଳନରେ ପରିବର୍ତ୍ତନ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି। ଯଦି ବିଶ୍ୱର ସବୁଦେଶ ଗ୍ରୀନ ହାଉସ ଗ୍ୟାସକୁ କମ୍‌ କରିବା ଆରମ୍ଭ କରିବେ , ବିକାଶର ଦୂରତାକୁ କମାଇବେ ପ୍ରାକୃତିକ ଉତ୍ସକୁ ସଂରକ୍ଷିତ କରିବେ ଏବଂ ଲୋକଙ୍କୁ ନୂଆ ପରିବର୍ତ୍ତନ ସହ ଆଗକୁ ଯିବାରେ ସାହାଯ୍ୟ କରିବେ ତେବେ ଜଳବାୟୁ ପରିବର୍ତ୍ତନ ଯୋଗୁ ହେଉଥିବା ବିସ୍ଥାପନ ସଂଖ୍ୟା ୮୦ ପ୍ରତିଶତ କମିଯିବ। ୨୦୫୦ ବେଳକୁ ବିସ୍ଥାପିତ ୪.୪ କୋଟିରେ ସୀମିତ ରହିବ। 

World Bank Report Climate Changes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ