Advertisment

ଭୁବନେଶ୍ୱରରେ ବନ୍ୟା: ରାସ୍ତାରେ ଲହଡ଼ି ମାରୁଛି ବନ୍ୟା ପାଣି

ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ଅଞ୍ଚଳରେ ଦୟାନଦୀର ପଛୁଆ ପାଣି ପଶି ଯାଇଛି। ଫସି ରହିଥିବା ଲୋକମାନଙ୍କୁ ଓଡ୍ରାଫ୍ ଟିମ୍ ପକ୍ଷରୁ ଉଦ୍ଧାର କରାଯାଇଛି।

ଅଦ୍ୟତନ ହୋଇଛି
Backwater from Daya river floods Bhubaneswar outskirts

Backwater from Daya river floods Bhubaneswar outskirts

Advertisment

ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ଅଞ୍ଚଳରେ ଦୟାନଦୀର ପଛୁଆ ପାଣି ପଶି ଯାଇଛି। ରାସ୍ତାରେ ୩ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି। ଏଥିପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବନ୍ୟା ପାଣିରେ ପଶି ଲୋକମାନେ ଆତଯାତ ହେଉଛନ୍ତି। ଫସି ରହିଥିବା ଲୋକମାନଙ୍କୁ ଓଡ୍ରାଫ୍ ଟିମ୍ ପକ୍ଷରୁ ଉଦ୍ଧାର କରାଯାଇଛି। 

Advertisment

ସେପଟେ ବାଘମାରିରେ ବୁଡ଼ିଲା ଜାତୀୟ ରାଜପଥ। ଖୋର୍ଦ୍ଧା-ବଲାଙ୍ଗିର NH-୫୭ ବାଘମାରିଠାରେ ବୁଡ଼ିଛି। ମହାନଦୀର ଶାଖା ନଦୀ ଋଣ ନଦୀର ପାଣି ରାସ୍ତା ଉପରେ ପ୍ରବାହିତ ହେଉଛି।ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଅଟ୍ରି ଉଷ୍ଣ ପ୍ରସବଣ ଭିତରେ ବି ୫ ଫୁଟ୍‌ର ବନ୍ୟାଜଳ ପଶିଛି।

Advertisment

ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଅନେକ ଅଞ୍ଚଳ ବନ୍ୟା ପାଣି ଘେରରେ ରହିଛି। ଏପରିକି କିଛି ଅଞ୍ଚଳକୁ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଯାଇଛି। ପାଣି ଘେରରେ ଅନେକ ଲୋକ ଫସି ରହିଥିବା ଖବର ସାମ୍ନାକୁ ଆସିଛି। ଏଭଳି ସ୍ଥିତିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗତ ୫ ଦିନ ହେଲା ମହାନଦୀରେ ବାପ, ପୁଅ ଫସିଥିବା ସୂଚନା ମିଳିଛି

କଟକ ଜିଲ୍ଲା ଆଠଗଡ଼  କନ୍ଦରପୁରର ଅମଙ୍ଗେଇ କୁଦରେ ବାପ, ପୁଅ ଫସିଥିବା ଜଣାପଡ଼ିଛି। ୫ ଦିନ ପୂର୍ବେ ଉଭୟ ଛେଳି ଚରାଇବାକୁ ଯାଇଥିଲେ। ହଠାତ୍ ବନ୍ୟା ପାଣି ଆସିଯିବାରୁ ଉଭୟ ଫସି ଯାଇଛନ୍ତି। ସେମାନଙ୍କ ପାଖରେ ଖାଦ୍ୟ ସରି ଯାଇଥିବାରୁ ପରିବାର ଲୋକ ଏବେ ଆଶଙ୍କାରେ ଅଛନ୍ତି।ଓଡ୍ରାଫ୍ ଟିମ୍ ଜରିଆରେ ଉଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଛି।

Advertisment

ମହାନଦୀ ମୁଣ୍ଡଳୀ ବ୍ୟାରେଜର ପଛୁଆ ପାଣି ଯୋଗୁ ଆଠଗଡ଼ ଅଞ୍ଚଳର କିଛି ଗାଁ ଜଳାର୍ଣ୍ଣବ ହୋଇଛି। ଲୋକଙ୍କ ଘର ଭିତରେ ପାଣି ପଶି ଯିବାରୁ ଆସବାବପତ୍ର ନେଇ ଛାତ ଉପରେ ରହିଛନ୍ତି। ନିଧିପୁରଗଡ଼ାରେ ବନ୍ୟା ସ୍ରୋତରେ ଗୋଟିଏ କାର୍ ଭାସି ଯାଇଛି। ସେହିପରି ପୁରୁଣା କଟକ-ସମ୍ବଲପୁର ରାସ୍ତାର ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ଚାଲିଛି। ନିଧିପୁରଗଡ଼ା, ମାଧପୁର ଗଡ଼ା, ଧବଳେଶ୍ୱର-ପାଇକେରାପୁର ରାସ୍ତା, ଆଠଗଡ ପଟୁ ଓସ୍ତିଆ-ସୁବଣ୍ଣପୁର ରାସ୍ତା ଉପରେ ପାଣି ଚାଲିଛି।

Rain In Odisha Flood In Odisha Odisha Flood Weather In Odisha Odisha Flood Fury
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ