Mumbai Rain
ମୁମ୍ବାଇରେ ଜାରି ରହିଛି ବର୍ଷା। ଲଗାଣ ବର୍ଷା ହେବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଭାରତୀୟ ପାଣିପାଗ ବିଭାଗ ସୋମବାର ମୁମ୍ବାଇକୁ ଅରେଞ୍ଜ ଆଲର୍ଟ ଜାରି କରିଛି। ସେହିପରି ରାୟଗଡ଼, ରତ୍ନଗିରି, ସତାରା, କୋଲ୍ହାପୁର ଏବଂ ପୁଣେ ସମେତ ମହାରାଷ୍ଟ୍ରର ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି।
ମୁମ୍ବାଇର ଅନେକ ତଳିଆ ଅଞ୍ଚଳରେ ପାଣି ଜମିଛି। ପ୍ରବଳ ବର୍ଷା ପରେ BMC ଏବେ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛି। ଗ୍ରେଟର ମୁମ୍ବାଇ ପୋଲିସ ମୁଖ୍ୟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇ କହିଛନ୍ତି, "ପ୍ରବଳ ବର୍ଷା ଜାରି ରହିଥିବାରୁ, ବିଭିନ୍ନ ଅଞ୍ଚଳରୁ ଜଳମଗ୍ନ ରହିଛି। ତେଣୁ ଆବଶ୍ୟକ ନ ହେଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଆବଶ୍ୟକ ହେଲେ କେବଳ ବାହାରକୁ ଆସନ୍ତୁ ବୋଲି ପରାମର୍ଶ ଦିଆଯାଛି। ଆମର ଅଧିକାରୀ ଏବଂ କର୍ମଚାରୀମାନେ ସଜାଗ ଅଛନ୍ତି। କୌଣସି ଜରୁରୀକାଳୀନ ପରିସ୍ଥିତିରେ, ଦୟାକରି 100 / 112 / 103 କୁ କଲ୍ କରନ୍ତୁ," ବୋଲି ଗ୍ରେଟର ମୁମ୍ବାଇ ପୋଲିସ କହିଛି।
ଅନେକ ଜାଗାରେ ପ୍ରବଳ ବର୍ଷାରେ ଗଛ ଉପୁଡି ରାସ୍ତା ଅବରୋଧ ହେବା ଏବଂ ଘରର କାନ୍ଥ ଭୁଶୁଡିବା ଭଳି ଘଟଣା ସାମନାକୁ ଆସିଛି। ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି। ତେବେ ଶନିବାର ପୂର୍ବ ଉପକଣ୍ଠର ଭିକ୍ରୋଲି ପାର୍କସାଇଟ୍ ଅଞ୍ଚଳରେ ଭୂସ୍ଖଳନରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଏକାଧିକ ଆହତ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1755504827.jpg)