Advertisment

୧୨ ଘଣ୍ଟାରେ ଲଘୁଚାପ କ୍ଷେତ୍ର ! ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ

ଦକ୍ଷିଣ ଆଣ୍ଡାମାନ ସାଗରରେ ଆସନ୍ତା ୧୨ ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଡିସେମ୍ବର ୨ ଓ ୩ ତାରିଖରେ ଲଗାଣ ବର୍ଷା ହୋଇପାରେ।

ଅଦ୍ୟତନ ହୋଇଛି
Heavy Rainfall Alert

Heavy Rainfall Alert

Advertisment

ଭୁବନେଶ୍ୱର: ଆସନ୍ତା ୧୨ ଘଣ୍ଟାରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।  ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତ କିରି ଡିପ୍ରେସନ(ଅବପାତ)ରେ ପରିଣତ ହେବାର ଅନୁମାନ କରାଯାଉଛି। 

Advertisment

ଏହାର ପ୍ରଭାବରେ ଡିସେମ୍ବର ୨ ଓ ୩ ତାରିଖରେ ଲଗାଣ ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଯଦିଓ ଆଜି ଓ ଆସନ୍ତାକାଲି ପାଗରେ ବିଶେଷ ପରିବର୍ତ୍ତନ ହେବନି, କିନ୍ତୁ ୨ତାରିଖ ବେଳକୁ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୩ ତାରିଖରୁ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି।

Advertisment

ଲଘୁଚାପ ପ୍ରଭାବରେ କୋରାପୁଟ, ରାୟଗଡ଼ା, କନ୍ଧମାଳ ଓ ଢେଙ୍କାନାଳର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବାବେଳେ ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

ସେହିପରି ୩ ତାରିଖ ସକାଳ ସାଢ଼େ ୮ଟାରୁ ୪ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି)ଙ୍କ ପକ୍ଷରୁ ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ତିନି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ହେବାର ସମ୍ଭାବନା ରହିଛି। ତେବେ ଏହି ଲଘୁଚାପ କ୍ଷେତ୍ର ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରାଯାଉଛି। ହେଲେ ବର୍ତ୍ତମାନ ସୁଦ୍ଧା ଏନେଇ ସ୍ପଷ୍ଟ ହୋଇନାହିଁ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏନେଇ ଜଣାପଡ଼ିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।

Advertisment

ଡିସେମ୍ବର ୨ ଓ ୩ ତାରିଖରେ ଲଗାଣ ବର୍ଷା ନେଇ ପାଣିପାଗ ବିଭାଗ ଅନୁମାନ କରିଥିବାରୁ ଏନେଇ ଗଞ୍ଜାମ ଜିଲ୍ଲାର ଆସ୍କା ଅଞ୍ଚଳର ଚାଷୀ ଚିନ୍ତାରେ ପଡ଼ିଯାଇଛନ୍ତି । ପ୍ରାଣ ବିକଳରେ ଚାଷୀ ବର୍ଷା ପାଣିରେ ଭିଜା ଧାନକୁ ଶୁଖାଇବାରେ ଲାଗି ପଡ଼ିଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ନେଇ କନ୍ଧମାଳ ଜିଲ୍ଲାର ଚାଷୀ ଛାନିଆ ହୋଇପଡ଼ିଛନ୍ତି।  ଧାନ ଚାଷୀମାନେ ଏହି ସାମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ ହୋଇପଡିଛନ୍ତି। ଚଳିତ ବର୍ଷ କନ୍ଧମାଳ ଜିଲ୍ଲାରେ ବିଳମ୍ବରେ ବର୍ଷା ଯୋଗୁ ଧାନ ଚାଷରେ ବିଳମ୍ବ ଘଟିଥିଲା। ବର୍ତ୍ତମାନ ସୁଦ୍ଧା ଧାନ ବିଲରେ ଧାନ ପାଚି ନଥିବା ଜଣାପଡ଼ିଛି।

ଲଘୁଚାପ ଜନିତ ବର୍ଷା ଯୋଗୁ ଧାନ ଗଛ ଗୁଡ଼ିକ ନଷ୍ଟ ହେବା ସହିତ ଯାହା କିଛି ଧାନ ଗଛ ବଞ୍ଚିଥିଲା ,ସେଥିରୁ କିଛି କିଛି ଧାନ ପାଇବେ ବୋଲି ଚାଷୀମାନେ ଆଶା ରଖିଥିଲେ। କିନ୍ତୁ ବର୍ତ୍ତମାନ ପୁଣି ବାତ୍ୟା ଆଶଙ୍କା ଓ ପ୍ରବଳ ବର୍ଷା ସମ୍ଭାବନା ଚାଷୀ ମାନେ ଜାଣିବା ପରେ ସେମାନଙ୍କ ଦୁଃଖ ବଢି ଯାଇଛି। ଧାନ  କାଟି ଖଳାରେ ରଖିଲେ ବର୍ଷା ପାଣିରେ ଗଜା ହୋଇଯିବାର ଭୟ ରହିଛି। ଖଳାରେ ଧାନକୁ ପାଲ ଘୋଡାଇ ରଖିବା ପାଇଁ ମଧ୍ୟ ସେମାନଙ୍କ ପାଖରେ ସମ୍ବଳ ନାହିଁ।  ଏଭଳି ସ୍ଥଳେ ବର୍ତ୍ତମାନ ଜମିରୁ ଧାନକୁ କାଟି ନେଇ କେଉଁ ଜାଗାରେ ରଖିବେ ତାକୁ ନେଇ ମଧ୍ୟ ଚାଷୀଙ୍କ ଚିନ୍ତା ବଢିଯାଇଛି।  

Rain In Odisha Heavy Rainfall Alert Low Pressure Area
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ