Advertisment

୨୦ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ

୨୦ରେ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ସମ୍ଭାବନା ଥିବାବେଳେ କ୍ରମଶଃ ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହା ଆକଳନ କରାଯାଇଛି।

ଅଦ୍ୟତନ ହୋଇଛି
India Meteorological Department

A Cyclonic Circulation Likely To Form Over North Andaman Sea

Advertisment

ଆସନ୍ତା ୧୭/୧୮ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରେ ଏହା ପଶ୍ଚିମ ଉତ୍ତର-ପଶ୍ଚିମକୁ ଗତି କରି ଘନୀଭୂତ ହୋଇପାରେ।ଏନେଇ  ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

୨୦ରେ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ସମ୍ଭାବନା ଥିବାବେଳେ କ୍ରମଶଃ ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହା ଆକଳନ କରାଯାଇଛି। 

Advertisment

ଆଗାମୀ ୭ ଦିନ ମଧ୍ୟରେ ବାତ୍ୟା ସମ୍ଭାବନା ନାହିଁ। ଏନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଅକ୍ଟୋବର ୧୨ ତାରିଖରେ IMD ଡିଜି ସୂଚନା ଦେଇଥିଲେ ଯେ, ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସୃଷ୍ଟ ଘୂର୍ଣ୍ଣିବଳୟଟି କ୍ରମଶଃ ଦୁର୍ବଳ ହେଉଛି। ୧୭ କିମ୍ବା ୧୮ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। 

‘୧୮ ତାରିଖ ପରେ ରୂପରେଖ କ’ଣ ରହିବ ତାହା ଏବେ କହିବା ଠିକ୍‌ ହେବନି। ତେବେ ଆଗାମୀ ୭ ଦିନ ମଧ୍ୟରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ନାହିଁ। ଓଡ଼ିଶା ପାଇଁ କିଛି ବିପଦ ସମ୍ଭାବନା ନାହିଁ’ ବୋଲି IMD ଡିଜି କହିଛନ୍ତି। ସେ ଆହୁରି କହିଥିଲେ ଯେ, ‘ଆମେ ସମସ୍ତ ମଡେଲକୁ ଦେଖି ଏକ ନିର୍ଣ୍ଣୟ ନେଇଥାଉ। ଅନ୍ୟ ବିକଶିତ ରାଷ୍ଟ୍ର ଅପେକ୍ଷା IMD ଅଧିକ ସଠିକ୍‌ ଆକଳନ କରିଥାଏ। ତେଣୁ IMD ଉପରେ ବିଶ୍ୱାସ ରଖନ୍ତୁ’। 

Advertisment
Weather Update IMD DG Mrutyunjay Mohapatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ