Advertisment

ଲଗାଣ ବର୍ଷା ପରେ ବଢୁଛି ଲୋକଙ୍କ ଦୁର୍ଦ୍ଦଶା, କାନ୍ଥ ପଡ଼ି ଚାଲିଗଲା ୫ ଜୀବନ

ଲଗାଣ ବର୍ଷା ପରେ ବଢୁଛି ଲୋକଙ୍କ ଦୁର୍ଦ୍ଦଶା। ବିଭିନ୍ନ ସ୍ଥାନରେ କାନ୍ଥ ପଡ଼ି ୫ ଜଣଙ୍କ ଜୀବନ ଚାଲିଛି।

5 people dies in wall collapse incidents across Odisha

5 people dies in wall collapse incidents across Odisha

Advertisment

କମିଛି ବର୍ଷା, ହେଲେ ବଢ଼ିଛି ଦୁର୍ଦ୍ଦଶା। ଗଭୀର ଅବପାତ ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ହୋଇଥିଲେ ମଧ୍ୟ ଆଜି ସକାଳେ ଏହାର ପରିମାଣ କମି ଯାଇଛି। ସେହିପରି ପଶ୍ଚିମ ଓଡ଼ିଶାରେ ମଧ୍ୟ ବର୍ଷା ହୋଇନାହିଁ। ବର୍ଷା ସିନା କମିଛି, ଧୀରେ ଧୀରେ ପାଣି ଖସୁଛି, କିନ୍ତୁ ଲୋକଙ୍କ ଦୁର୍ଦ୍ଦଶାର ଅନ୍ତ ନାହିଁ। ଲଗାଣ ବର୍ଷା ପରେ ବଢୁଛି ଲୋକଙ୍କ ଦୁର୍ଦ୍ଦଶା। ବିଭିନ୍ନ ସ୍ଥାନରେ କାନ୍ଥ ପଡ଼ି ୫ ଜଣଙ୍କ ଜୀବନ ଚାଲିଛି।

Advertisment

ମୟୂରଭଞ୍ଜ ଜିଲ୍ଳା ବିଶୋଇ ବ୍ଲକ୍‌ ଅନ୍ତର୍ଗତ ଭୋଳ ବେଡା ଗାଁରେ କାନ୍ଥ ଭୁଶୁଡ଼ି ୨ ଭଉଣୀଙ୍କ ମୃତ୍ୟୁ ହୋଇଛି। ରାତିରେ ଶୋଇଥିବା ବେଳେ ଅନୀଲ ଗିରିଙ୍କ ଘରେ ମାଟି ଘର ଭୁଶୁଡ଼ି ପଡ଼ିଥିଲା।ଏଥିରେ ପରିବାର ଲୋକ ଚାପି ହୋଇଯାଇଥିଲେ। ଖବର ପାଇ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଥିଲେ। ହେଲେ ଦୁର୍ଭାଗ୍ୟବଶତଃ, କାନ୍ଥ ଭୁଶୁଡି ୨ ଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା, ମା’ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବାଲିଆପାଳ ବ୍ଲକ୍‌ ଅନ୍ତର୍ଗତ ମଧୁପୁରା ଗାଁରେ ସ୍କୁଲ ପାଚେରି ଭୁଶୁଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। କେନ୍ଦୁଝରରେ ମଧ୍ୟ ଘର କାନ୍ଥ ଭୁଶୁଡ଼ି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ସଦର ବ୍ଳକ୍ ମହାଦେଇଯୋଡା ପଞ୍ଚାୟତ ଟିକରପଡ଼ାରେ ଗତକାଲିଠାରୁ ବର୍ଷା ଲାଗି ରହିଥିବା ବେଳେ ଘର କାନ୍ଥ ଭୁଶୁଡ଼ି ପଡିଥିଲା।

Advertisment

ଅନ୍ୟପକ୍ଷେ, ଗାଧୁଆ ଘରର କାନ୍ଥ ଭୁଶୁଡ଼ି ୯ ବର୍ଷର ବାଳକର ମୃତ୍ୟୁ ଘଟିଛି। କୋରାପୁଟ ସହରର ପିଏଚ୍ଡ଼ି କଲୋନୀ ନୂଆସାହିରେ ଏହି ଅଘଟଣ ଘଟିଛି। 

Wall Collapse
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ