Advertisment

ପୁଣି ଜଳିବ ଓଡ଼ିଶା; ଉପରମୁହାଁ ହେବ ପାରଦ, ବଢ଼ିବ ୬ରୁ ୮ ଡିଗ୍ରୀ ତାପମାତ୍ରା

ପଶ୍ଚିମା ଝଡ଼ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ଆଗାମୀ ୪ ଦିନ ଯାଏଁ ବଢ଼ିବ ୬ରୁ ୮ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଭାଗ ପକ୍ଷରୁ ସୂଚନା ମିଳିଛି।

Heat Wave

Heat Wave

Advertisment

ପୁଣି ଫେରିବ ତାତି। ଆସନ୍ତାକାଲିଠୁ ବଢ଼ିବ ତାତି। ୪ ଦିନ ଯାଏଁ ବଢ଼ିବ ୬ରୁ ୮ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତ କିଛି ଦିନ ହେଲା କୋହଲା ପାଗ ଥିଲା। ପୁଣି ଥରେ ଗରମ ହେବା ନେଇ ସୂଚନା ମିଳିଛି।

Advertisment

ପଶ୍ଚିମା ଝଡ଼ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ପାଣିପାଗ ବିଭାଗର ସୂଚନା ଅନୁସାରେ ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, ସମ୍ବଲପୁର, ବୌଦ୍ଧ, ସୋନପୁର, ବଲାଙ୍ଗିର, ଅନୁଗୁଳ, ଦେବଗଡ଼ ଜିଲ୍ଲାର ଅନେକ ସ୍ଥାନରେ ଝିପିଝିପି ବର୍ଷା ହେଉଛି। ଭୁବନେଶ୍ୱର କଟକରେ ମଧ୍ୟ ହାଲୁକା ବର୍ଷା ସହିତ ମେଘୁଆ ପାଗ ରହିଛି। ଅନେକ ସ୍ଥାନରେ ଘଡ଼ଘଡ଼ି ଓ ବିଜୁଳି ମାରୁଥିବାରୁ ଆସନ୍ତା କିଛି ଘଣ୍ଟା ଘରୁ ନ ବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।

ସେପଟେ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ବରଗଡ଼, ବଲାଙ୍ଗିର, ସୋନପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ନୂଆପଡ଼ା, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, କଟକ, ଖୋର୍ଦ୍ଧା, ଢେଙ୍କାନାଳ ଓ ଦେବଗଡ଼କୁ ଆଗାମୀ ୩ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

Advertisment
Heat Wave Weather Update Temperature
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ