Advertisment

ବନ୍ଦ ହେଲା ହୀରାକୁଦର ୪ ଗେଟ୍‌

ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍ ବନ୍ଦ ହୋଇଛି। ଗେଟ୍ ବନ୍ଦ ନେଇ ଡ୍ୟାମ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

4 sluice gates of Hirakud Dam closed

4 sluice gates of Hirakud Dam closed

Advertisment

ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍‌କୁ ବନ୍ଦ କରାଯାଇଛି। କିଛି ସମୟ ପୂର୍ବେ ୪ଟି ଗେଟ୍ ବନ୍ଦ ହୋଇଥିବା ନେଇ ସୂଚନା ମିଳିଛି। ବର୍ତ୍ତମାନ ୩୬ଟି ଗେଟ୍ ଦେଇ ବନ୍ୟା ପାଣି ଛଡାଯାଉଛି। ଗେଟ୍ ବନ୍ଦ ନେଇ ଡ୍ୟାମ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। 

Advertisment

ଆଗକୁ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୨ ଫୁଟ ତଳକୁ ଆଣିବାକୁ ଚେଷ୍ଟା କରାଯାଉଛି। ବନ୍ୟା ସ୍ଥିତି ନେଇ SRC ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି। ପାଣିପାଗ ବିଭାଗ ଆକଳନ ଅନୁଯାୟୀ, ଲଘୁଚାପ ଅବପାତର ରୂପ ନେଇପାରେ। ଫଳରେ ଏହି ସମୟ ମଧ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ଆକଳନ କରାଯାଉଛି। 

Advertisment

ମହାନଦୀର ଉପର ମୁଣ୍ଡରେ ସର୍ବାଧିକ ୫୦ ମିଲିମିଟର ବର୍ଷା ହେବା ନେଇ ଆକଳନ କରାଯାଉଛି। ଯଦି ସେତିକି ବର୍ଷା ହୁଏ, ତେବେ ୫ଲକ୍ଷରୁ ୫ ଲକ୍ଷ ୫୦ ହଜାର କ୍ୟୁସେକ୍‌ ପଯର୍ୟନ୍ତ ପାଣି ହୀରାକୁଦକୁ ପ୍ରବେଶ କରିବ। ହୀରାକୁଦରୁ ୪ରୁ ୫ ଲକ୍ଷ କ୍ୟୁସେକ୍‌ ଭିତରେ ପାଣି ଛାଡ଼ିବା ଲାଗି ଯୋଜନା କରାଯିବ। ଯାହା ଦ୍ୱାରା ମୁଣ୍ଡଳୀରେ ୭ରୁ ୮ ଲକ୍ଷ କ୍ୟୁସେକ୍ ଜଳ ପାସ୍‌ କରିବ। ଯଦି ଅଧିକ ହୁଏ ୯  ଲକ୍ଷ କ୍ୟୁସେକ୍‌ ପର୍ଯ୍ୟନ୍ତ ଯିବ। ତେବେ ଏହି ବର୍ଷା ଦ୍ୱାରା ମହାନଦୀ ସିଷ୍ଟମରେ ସେଭଳି ବଡଧରଣର ଅସୁବିଧା ହେବନି ବୋଲି SRC କହିଛନ୍ତି।

ଅନ୍ୟପକ୍ଷେ, ୧୯ ଏବଂ ୨୦ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। କାଲି ଉତ୍ତର ଓଡ଼ିଶାରେ ପ୍ରବଳ ଏବଂ କିଛି ସ୍ଥାନରେ ଅତି ପ୍ରବଳ ବର୍ଷିବ। ସେହିପରି ୨୦ତାରିଖରେ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ୨ ଦିନ ପାଇଁ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। 

Advertisment
Odisha Flood Fury Weather In Odisha Rain In Odisha Odisha Flood Hirakud Dam Flood In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ