Cloud burst
ଜାମ୍ମୁ ଓ କାଶ୍ମୀରରେ ପୁଣି ତାଣ୍ଡବ ରଚିଲା ପ୍ରକୃତି। କାଠୁଆରେ ଫାଟିଲା ବାଦଲ। ହଠାତ୍ ପାଣି ମାଡ଼ି ଆସିବାରୁ ଜଙ୍ଗଲୋଟେ ଅଞ୍ଚଳରେ ୪ଜଣଙ୍କ ମୃତ୍ୟୁ ଘଟିଛି। ସରକାରୀ ରିପୋର୍ଟ ମୁତାବକ, ମୃତ୍ୟୁ ସଂଖ୍ୟା ୪ ବୋଲି କୁହାଯାଇଛି। ଅନେକ ସ୍ଥାନରେ ପାହାଡ଼ ଧସିବା ସହ ରାସ୍ତା ମଧ୍ୟ ଧୋଇଯାଇଛି। ଅନେକ ଘରଦ୍ବାର ଭାସି ଯାଇଛି। ଗତ କାଲି ରାତିରେ ପ୍ରକୃତି ଏହି ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ଦାଉ ସାଧିଛି।
କେନ୍ଦ୍ରମନ୍ତ୍ରୀ ଜୀତେନ୍ଦ୍ର ସିଂଙ୍କ ସୂଚନା ଅନୁସାରେ ୪୪ନମ୍ବର ଜାତୀୟ ରାଜପଥ ସହ ପୋଲିସ ଷ୍ଟେସନ ମଧ୍ୟ ଭାସି ଯାଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ଉପ-ରାଜ୍ୟପାଳ ମନୋଜ ସିହ୍ନା ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ସହ ଏହାକୁ ଦୁଃଖଦାୟକ ବୋଲି ବର୍ଣ୍ଣନା କରିଛନ୍ତି।
"କାଠୁଆର ବିଭିନ୍ନ ସ୍ଥାନରେ ଯୋଧ ଖାଡ୍ ଏବଂ ଜୁଠାନାରେ ବର୍ଷା ପରେ ଭୂସ୍ଖଳନ ଯୋଗୁଁ ଚାରି ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି। ତେଣୁ ଏହି ଜୀବନହାନି ଏବଂ କ୍ଷୟକ୍ଷତି ପାଇଁ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି।”
ସପ୍ତାହକ ଭିତରେ ଉପତ୍ୟକାରେ ଏହା ଦ୍ବିତୀୟ ଘଟଣା। ପୂର୍ବରୁ କିସ୍ତୱାର ଜିଲ୍ଲାରେ ବାଦଲ ଫଟା ବର୍ଷାରେ ୫୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି। ଏବେ ବି ସେଠି ଧ୍ବସଂ ସ୍ତୂପ ତଳୁ ଜୀବନ ଖୋଜା ଚାଲିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1755410410.jpg)