Advertisment

ଆଜି ବି ତାଣ୍ଡବ ରଚିବ କାଳବୈଶାଖୀ, ୨୨ ଜିଲ୍ଲାକୁ ୱାର୍ଣ୍ଣିଂ

ଆଜି ୨୨ଟି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି। ଏପରିକି କିଛି ସ୍ଥାନରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ।

ଅଦ୍ୟତନ ହୋଇଛି
22 districts in Odisha to experience rain today

22 districts in Odisha to experience rain today

Advertisment

ଗୋଟିଏପଟେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ରାଜ୍ୟରେ ଆଜି ବି କାଳବୈଶାଖୀର ତାଣ୍ଡବ ଜାରି ରହିବ। ଆଜି ୨୨ଟି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି। ଏପରିକି କିଛି ସ୍ଥାନରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

Advertisment

ଆଜି ସକାଳୁ ସକାଳୁ ଟ୍ୱିନ୍‌ସିଟି କଟକ ଓ ଭୁବନେଶ୍ୱରରେ ପାଗ ମେଘୁଆ ରହିବା ସହ ବର୍ଷା ହୋଇଥିବା ଦେଖବିକୁ ମିଳିଛି। ଗତକାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିଥିଲା। ଘୂର୍ଣ୍ଣିଝଡ଼ ଓ ବର୍ଷା ସାଙ୍ଗକୁ କେଉଁଠି ଡଙ୍ଗା ବୁଡ଼ିଛି, ତ ଆଉ କେଉଁଠି ଟାଓ୍ୱାର ଭାଙ୍ଗିଛି, ପୁଣି କେଉଁଠି ବଜ୍ରପାତରେ ଜୀବନ ଯାଇଛି।

ଗତକାଲି ଅପରାହ୍ଣରେ ହଠାତ୍ କଳାହାଣ୍ଡିଆ ମେଘ ଘୋଟି ଆସି ପ୍ରବଳ ଝଡ଼ବର୍ଷା ହେବାରୁ ନୟାଗଡ଼ର ୩ଟି ବ୍ଲକ୍-ନୟାଗଡ଼, ନୂଆଗାଁ ଏବଂ ଓଡ଼ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପବନର ପ୍ରଭାବ ଏତେ ଥିଲା ଯେ, ଶରଣକୂଳ ବଜାରରେ ଥିବା ଏକ BSNL ଟାଓ୍ୱାର ଭାଙ୍ଗି ପଡ଼ିଥିଲା। ସେହିପରି ଅନେକ ସ୍ଥାନରେ ବହୁ ଚାଳ ଛପର ଘର ଉଡ଼ି ଯାଇଥିବା ବେଳେ ବଡ଼ ବଡ଼ ଗଛ ସବୁ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଥିଲା। ଅନେକ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ପଡ଼ିବା ସହ ତାର ଛିଡ଼ି ଯିବାରୁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି। ପ୍ରବଳ ପବନ ଯୋଗୁ ଗଛ ଓ ଆଜବେଷ୍ଟସ୍ ଛପର ପଡ଼ି ନୟାଗଡ଼ରେ ଭିନ୍ନ ଭିନ୍ନ ସ୍ଥାନରେ ୬ ଜଣ ବ୍ୟକ୍ତି ଆହତ ହୋଇଛନ୍ତି।

Advertisment

ସେହିପରି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। ବଜ୍ରାଘାତରେ ଶଳା ଭିଣୋଇ ୨ ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ଗଛ ପଡ଼ି ଜଣେ ମହିଳା ଗୁରୁତର ହୋଇଛନ୍ତି। ନବରରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍‌ର ବେନୋରା ପଞ୍ଚାୟତରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି।ବିଭିନ୍ନ ସ୍ଥାନରେ ବହୁ ଚାଳଛପର ଘର ନଷ୍ଟ ହୋଇଯାଇଥିବା ବେଳେ କିଛି ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଥିଲା।

ସେପଟେ କାଳବୈଶାଖୀ ତାଣ୍ଡବରେ ରାୟଗଡା ଗୁମୁ଼ଡା ରେଳ ଷ୍ଟେସନରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଯାଇ ରେଳ ଧାରଣା ଉପରେ ପଡ଼ିଥିବା ନଜର ଆସିଥିଲା। ଫଳରେ ରେଳ ଚଳାଚଳ ପ୍ରଭାବିତ ହୋଇଥିଲା। ଓଡ଼ିଶା- ଆନ୍ଧ୍ର ଦେଇ ଚଳାଚଳ କରୁଥିବା ୬ଟି ଟ୍ରେନକୁ ବାତିଲ କରାଯାଇଥିବା ବେଳେ ୨ଟି ଟ୍ରେନର ଗତିପଥ ବଦଳା ଯାଇଛି। ଘଟଣାସ୍ଥଳରେ ରେଳବାଇ ଇଞ୍ଜିନିୟର ଟିମ୍ ପହଞ୍ଚି ଗଛ କାଟିବା ସହ ବିଦ୍ୟୁତ୍‌ ମରାମତି କାମ କରିଛନ୍ତି। କଟକ ଓ ଭୁବନେଶ୍ୱରରେ ମଧ୍ୟ ଗତକାଲି ସନ୍ଧ୍ୟା ଏବଂ ରାତିରେ ପ୍ରବଳ ବର୍ଷା ପବନ ହୋଇଥିଲା। 

Advertisment
Weather Update Rain Alert Rain Alert In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ